ଅନାଥ ମୁକ୍ତ ବିଶ୍ୱ ଗଠନ ପାଇଁ ଇନର ହୁଇଲ କ୍ଲବ ପକ୍ଷରୁ ପ୍ରୟାସ

0
659

ବ୍ରହ୍ମପୁର,୦୩/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ସମାଜରେ ନିଜ ପିତା ଓ ମାତାଙ୍କ ପରିଚୟ ଜାଣିନଥିବା ଅନେକ ଅଛନ୍ତି ଯେଉଁମାନେ ଅନାଥ ଜୀବନ ଜିଉଁ ଛନ୍ତି। ସେ ଛୋଟ ପିଲା ହୁଅନ୍ତୁ ଅଥବା କୌଣସି କାରଣରୁ ପରିବାର ବର୍ଗଙ୍କ ଠାରୁ ଦୂରରେ ରହି ନିଃସଙ୍ଗ ଜୀବନ ବିତାଉଥିବା ବୟସ୍କ ହୁଅନ୍ତୁ। ଏଭଳି ବ୍ୟକ୍ତିଙ୍କୁ ବା ଶିଶୁଙ୍କୁ ଆପଣେଇ ପିତାମାତାଙ୍କ ସ୍ନେହ ଶ୍ରଦ୍ଧା ଦେବା ଭଳି ଏକ ମହତ କାର୍ଯ୍ୟ କରିବାକୁ ପଣ କରିଛି ଇନେର ହୁଇଲ କ୍ଲବ। କ୍ଲବର ସଦସ୍ୟମାନେ ନିଜେ ଜଣେ ଜଣଙ୍କର ଦାୟିତ୍ୱନେଇ ଏହି ଅଭିଯାନକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଏକ ଶୋଭାଯାତ୍ର ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରୁ ବହାରି ସହର ପରିକ୍ରମା କରିଥିଲା।ଏଥିରେ କ୍ଲବର ବହୁ ମହିଳା ସଦସ୍ୟଙ୍କ ସହିତ ଛାତ୍ରୀମାନେ ମଧ୍ୟ ସକ୍ରିୟ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here