୧୪ ବର୍ଷ ପରେ ପୁଲିସ ହାତରେ ଅଭିଯୁକ୍ତ; ବେଲଗୁଣ୍ଠା ରେ ବୋମା ମାଡ଼ କରି ସୁନା ବ୍ୟବସାୟୀ ଠାରୁ ଲୁଟରେ ସମ୍ପୁର୍କ୍ତ

0
271

ଭଞ୍ଜନଗର:ଗତ ୨୦୦୭ ମସିହା ଭଞ୍ଜନଗର ଥାନା ଅଧୀନ ବେଲଗୁଣ୍ଠା ମେଦିରି ସାହି ଠାରେ ବୋମା ମାଡ଼ କରିବା ସହ ଭୁଜାଲି ଦେଖାଇ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ମାମଲାରତଦନ୍ତ କରି ଶୁକ୍ରବାର ପୁଲିସ୍ ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଶେରଗଡ ଥାନା ରଘୁନାଥପୁର ଶାସନର କାହ୍ନୁଚରଣ ମିଶ୍ର ଓରଫ ବୁଢା। ଦୀର୍ଘ ୧୪ ବର୍ଷ ପରେ ପୁଲିସ୍ ଏହି ଲୁଟ ମାମଲାର ତଦନ୍ତ କରି ଅଭିଯୁକ୍ତ କାହ୍ନୁକୁ ଧରିବାରେ ସକ୍ଷମ ହୋଇଛି। କାହ୍ନୁକୁ ଗିରଫ କରିବା ପାଇଁ ପୁଲିସ୍ ବାରମ୍ବାର ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ରହିଥିଲା। ଶୁକ୍ରବାର ତାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତି। ପ୍ରକାଶ ଯେ ବେଲଗୁଣ୍ଠା ଜଗନ୍ନାଥପାଟଣା ସାହିର ସତ୍ୟବାଦୀ ବିନ୍ଧାଣୀରାଙ୍କ ପୁଅ ସୁରେନ୍ଦ୍ର କୁମାର ବିନ୍ଧାଣୀରା ଗତ ୨୦୦୭ ମସିହା ଡିହସେମ୍ବର ୨୭ ତାରିଖ ଦିନ ନିଜ ସୁନା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେମଳେ ମେଦିରି ସାହି ନିକଟରେ ବୋମା ମାଡ଼ କରିବା ସହ ଭୁଜାଲି ଦେଖାଇ ତାଙ୍କ ନିକଟରୁ ପ୍ରାୟ ୧୦୬ ତୁଳା ସୁନା ଅଳଙ୍କାର ଲୁଟ କରିନେଇଥିବା ସେହି ସମୟରେ ସୁରେନ୍ଦ୍ର ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ। ସେହି ଏତଲା ଆଧାରରେ ପୁଲିସ୍ କେସ୍ ନମ୍ବର ୩୦୭ରେ ଏକ ମାମାଲା ରୁଜୁ କରିଥିଲା। ଶୁକ୍ରବାର ସେହି ମାମଲାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଅଭିଯୁକ୍ତ କାହ୍ନର ନାମରେ ଭଞ୍ଜନଗର ସମେତ ବିଭିନ୍ନ ଥାନାରେ ମାମଲା ରହିଥିବା ପୁଲିସ୍ ସୂଚନା ଦେଇଛି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here