ଦୁର୍ଘଟଣା ରେ ମୃତ୍ୟୁ ହୋଇଥିବା ପ୍ରବାସୀ ଓଡ଼ିଆ ଙ୍କୁ ଆର୍ଥିକ ସହାୟତା

0
282

କୁକୁଡାଖଣ୍ଡି(ନ୍ୟୁଜ ଏକ୍ସଟ୍ରା) କୁକୁଡାଖଣ୍ଡି ବ୍ଲକ ନଳିହାଡ଼ ଗ୍ରାମର ରାଜେନ୍ଦ୍ର ସ୍ୱାଇଁ ଙ୍କ ପୁତ୍ର ରୋହିତ ସ୍ୱାଇଁ ଦାଦନ ଖଟିବାଲାଗି ସେ କର୍ଣାଟକ ର ବାଙ୍ଗଲୋର ରେ ଏକ ଘେରେଇ କମ୍ପାନୀ ରେ କାଯ୍ୟ କରୁଥିଲେ l ସେ 04/09/2020 ରେ ଉକ୍ତ କମ୍ପାନୀ ରେ ଏକ ଦୃଘଟଣା ରେ ତାଙ୍କ ମୃତ୍ୟୁ ଘଟିଥିଲା l ରାଜେନ୍ଦ୍ର ସ୍ୱାଇଁ ଙ୍କ ସେ ଏକ ମାତ୍ର ରୋଜଗାରିଆ ପୁଅ ଥିଲେ ବର୍ତ୍ତମାନ ରୋହିତ ଙ୍କ ବାପା, ମା ଅସହାରା ହୋଇପଡିଛନ୍ତି l ଯେହେତୁ ପରିବାର ଗୁଜାର ମେଣ୍ଟେଇବା ପାଇଁ ଆଉ କେହି ନାହାନ୍ତି l ପରିବାର ର ଆର୍ଥିକ ଅବସ୍ତା ମଧ୍ୟ୍ୟ ବହୁତ ଖରାପ l ଏହି ସମୟରେ ଗ୍ରାମର କିଛି ଯୁବକ ପରିବାରକୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ନିଷ୍ପତି ନେଇଥିଲେ l ପରେ ଗ୍ରାମର ଶ୍ରୀ ଯୁକ୍ତି ସନାତନ ସଂଗ୍ରାମ, ମନୋଜ ଭୂୟାଁ, ଅଜୟ କୁମାର ସ୍ୱାଇଁ, ସନ୍ୟାସୀ ଲେଙ୍କା, ଅଲେଖ ସ୍ୱାଇଁ, ରାମହରି ସ୍ୱାଇଁ, ଲୁନା ଜେନା, ଜୀବନ ଗଜେନ୍ଦ୍ର, ମୁନା ଲେଙ୍କା, ଭଗିଆ ବିଷୋୟୀ, ଜଗା ବେହେରା, ମିଥୁନ ଲେଙ୍କା, ଦିଲ୍ଲୀପ ଲେଙ୍କା,ସନ୍ତୋଷ ଲେଙ୍କା ପ୍ରମୁଖ ଠାରୁ ଆଦାୟ କରି ତାହା ତାଙ୍କ ମାତା, ପିତା ଙ୍କୁ ମିଳିଥିବା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ପ୍ରଶାସନିକ କିଛି ସହାୟତା ମିଳିଲେ ରୋହିତ ସ୍ୱାଇଁ ଙ୍କ ପରିବାର ବହୁତ ଉପକୃତ ହେବେବୋଲି ଆସା ରଖିଛନ୍ତି l

LEAVE A REPLY

Please enter your comment!
Please enter your name here