ଧର୍ମ ପରାୟଣ ବ୍ୟକ୍ତିଙ୍କ ଦେହାନ୍ତ

0
302

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା) ସଂସ୍କୃତି ସୁରକ୍ଷକ କେ.କୃଷ୍ଣ ମୂର୍ତ୍ତି ପାତ୍ର,ବ୍ରହ୍ମପୁର ନିକଟସ୍ଥ ଜଗଦଳପୁର ବାସଭବନରେ ଗତ ୧୪.୦୯.୨୦୨୦ ରାତ୍ର ୦୯.୫୦ ମିନଟରେ ୭୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସେ ଜଣେ ପ୍ରଜାବତ୍ସଳ ଓ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଭାବେ ପରିଚିତ ଥିଲେ।ସନାତନ ଭାରତୀୟ ସଂସ୍କୃତିପ୍ରିୟ ବ୍ୟକ୍ତି ଭାବେ ନିଜର ଜଣେ ପୁତ୍ରଙ୍କୁ “ଆମସେନା” ସ୍ଥିତ ଗୁରୁକୂଳରେ ଶିକ୍ଷାଭ୍ୟାସ ପାଇଁ ଭର୍ତ୍ତି କରିଥିଲେ।ପ୍ରବିଣ ବେଦ ବିଶାରଦ ତଥା ନୂଆପଡା ଜିଲ୍ଲାସ୍ଥିତ ହରିପୁର ଗୁରୁକୂଳର ସଂସ୍ଥାପକ ଓ ସଞ୍ଚାଳନ ଡ଼:ସୁଦର୍ଶନ ଦେବାଚାର୍ଯ୍ୟଙ୍କ ସେ ପିତା ଅଟନ୍ତି।ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ସହଧର୍ମଣୀ,ସମସ୍ତ ପୁତ୍ର ଓ ପୁତ୍ରବଧୁ ଉପସ୍ଥିତ ଥିଲେ ବୈଦିକ ବିଧାନରେ ଗ୍ରାମସ୍ଥ ଶ୍ୱସାନଘାଟରେ ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରାଯାଇଥିଲା।ଅଂଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here