ଅଣ୍ଡା ବଣ୍ଟନକୁ ବିରୋଧ କରି ସ୍ମାରକ ପତ୍ର ପ୍ରଦାନ।

0
491

କୁକୁଡାଖଣ୍ଡି(ନ୍ୟୁଜଏକ୍ସଟ୍ରା/ଉମା ଶଙ୍କର ପାଣିଗ୍ରାହୀ):କରୋନା ସମୟରେ ଅଗଂନଓ୍ବାଡି କେନ୍ଦ୍ର କୁ ଏସଏଜି ଗ୍ରୃପ ମାନକଂ ଦ୍ବାରା ପ୍ରଦାନ ସରକାରୀ ନିଷ୍ପତ୍ତିକୁ ବିରୋଧ କରି ନିଖିଳ ଓଡିଶା ଅଗଂନଓ୍ବାଡି କମୀ ସଂଘ କୁକୁଡାଖଣ୍ଡି ପଷରୁ ସିଡିପିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଲକ ଡାଉନ ସମୟରେ ଅଣ୍ଡା ଯୋଗାଇଦେବା ନିଷ୍ପତ୍ତିକୁ ବିରୋଧ କରାଯାଉଛି ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ସମ୍ପ୍ରତି କୋଭିଡ୧୯ ପାଇଁ ନିର୍ଦ୍ଧିଷ୍ଟ ଦପ୍ତରୀୟ ଅଧିକାରୀ ସଲାସୁତୁରା କରି ସମସ୍ତ ଅଙ୍ଗନବାଡି କେନ୍ଦ୍ରର ପ୍ରସୂତି ମହିଳା ଏବଂ ପ୍ରାକ ଶିକ୍ଷା ଗ୍ରହଣ କରୁଥିବା ପିଲାମାନଙ୍କୁ ଏସଏଜି ଗ୍ରୃପ ଦ୍ବାରା ଅଣ୍ଡା ଯୋଗାଇଦେବେ ବୋଲି ସରକାରୀ ନିଦ୍ଧେଶ ପ୍ରକାଶ ପାଇଛି। ସେହିପରି ଗତ ଅପ୍ରେଲ ୭ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପତ୍ରାଙ୍କ ୧୧୯୨ରେ ହୋଇଥିବା ନିର୍ଦ୍ଦେଶକୁ ନେଇ ଏବେ ନାନା ସମାଲୋଚନା ଜୋର ଧରିଛି। ଗତ ୨୦୧୯ ଡିସେମ୍ବର ଠାରୁ ବର୍ତ୍ତମାନ ଯାଏଁ ବିଭିନ୍ନ ସମୟରେ ଅଣ୍ଡା ଦର ଅହେତୁକ ଭାବେ ବୃଦ୍ଧି ପାଇଛି ସେହି ସମୟରେ ସରକାରକଂ ତରଫରୁ କୌଣସି ତପ୍ତରତା ଦେଖାଇନଥିଲେ କି ବୃଦ୍ଧିଦର ପ୍ରଦାନ କରୁନଥିଲେ ତେବେ ସମ୍ପ୍ରତି ଘଡି ସନ୍ଧି ମୁହୂର୍ତ୍ତରେ ଚଞ୍ଚକତା କରିଲେ ଏହାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ସଂଘ ପଷରୁ କୁହାଯାଇଛି।ଅନ୍ୟପଷେ ଅଗ୍ରିମ ଅପ୍ରେଲ ମାସ ର ଅଣ୍ଡା କମୀ ମାନେ ହିତାଧିକାରୀକୁଂ ଦେଇଛନ୍ତି କିନ୍ତୁ କୌଣସି ଅସୁବିଧା ନଥିବା ସ୍ଥଳେ ଏହି ସରକାରୀ ନିଷ୍ପତ୍ତିକୁ ପ୍ରତ୍ୟାହାର ପାଇଁ ଅନୁରୋଧ କରିଛନ୍ତି।ଆଗରୁ ଯେପରି ପ୍ରଦାନ କରୁଥିଲେ କମୀ ମାନେ ସେମିତି ପ୍ରଦାନ କରିପାରିବେ କୌଣସି ଅସୁବିଧା ନଥିବା ସଂଘ କହିଛି।ଦିଗପହଣ୍ଡି ର ଏକ ସ୍ବୟଂ ସହାୟକ ଗୋଷ୍ଟୀ କୁକୁଡାଖଣ୍ଡି ବ୍ଲକ ସହ ୫ଟିବ୍ଲକ କୁ ଅଣ୍ଡା ଯୋଗାଣ ପାଇଁ ନିଦ୍ଧେଶ ରହିଛି।ଦାବିପତ୍ର ପ୍ରଦାନ ସମୟରେ ସଭାନେତ୍ରୀ ମାଣିକେଶ୍ବରୀ ପଟ୍ଟନାୟକ,ସୁଦଷ୍ନା ପଟ୍ଟନାୟକ,ପ୍ରମିଳା ଜେନା,ଡି.ସୁଶୀଳା ,ରୁକୁଣା ଦେବୀ,ଭାନୁମତି ୟାଦବ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here