ସଡ଼କ ଦୁର୍ଘଟଣାରେ ଜଣେ ମୃତ ୩-ଆହତ

0
361

ହିଞ୍ଜିଳିକାଟୁ(ହିମାଂଶୁ ବେହେରା)ହିଞ୍ଜିଳି ଥାନା ଅନ୍ତର୍ଗତ ସାରୁ ଛକ ନିକଟରେ ଆଜି ସକାଳେ ସଡ଼କ ଦୁର୍ଘଟଣାରେ ଜଣକ ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସୂଚନା ପ୍ରକାରେ ଗୋପାଳପୁର ଥାନା ଅନ୍ତର୍ଗତ ବଡ଼ଗାଁରୁ ମହେଶ ଦାସ(୧୮) ଓ ବିକ୍ରମ ଦାସ(୨୦)ପଲ୍ସର୍ ବାଇକ୍ (ଓଡି୦୭ଏଡି-୩୪୯୩) ଯୋଗେ କାଟୁ ନିକଟ କାଞ୍ଜିମ୍ମା ଗାଁ ରେ ଥିବା ସମ୍ପର୍କୀୟ ଘର କୁ ଗଲା ବେଳେ ସାରୁ ଛକ ନିକଟ ରେ ଅନ୍ୟ ଏକ ଅଜଣା ବାଇକ୍ ଧକ୍କା ଦେଇ ଚାଲିଯାଇଥିଲା। ଧକ୍କା ହେବା ଫଳ ରେ ପଲ୍ସର ବାଇକ୍ ଟି ଘଟଣା ସ୍ଥଳ ରୁ ଘୋଷାଡି ହୋଇ ବିପରୀତ ଦିଗକୁ ଚାଲିଯାଇଥିଲା। ସେହି ରାସ୍ତା ଦେଇ ପୋଲସରା ଥାନା ଅଧୀନ ଖଣ୍ଡୁରୁ ଗାଁର ଅଶୋକ ବେହେରା(୩୦) ଦେବରାଜ ବେହେରା(୨୨) ସ୍କୁଟି (ଓଡି୦୭ଭି- ୬୩୧୦) ଯୋଗେ ସମରଝୋଳ ନିକଟ ରେ ଥିବା ଚକ୍ଷୁ ହସ୍ପିଟାଲ୍ ଯିବା ବେଳେ ଦୁର୍ଘଟଣା ଘଟି ବିପରୀତ ଦିଗକୁ ଚାଲିଆସିଥିବା ବାଇକ୍ ସହ ଧକ୍କା ହୋଇଥିଲା। ଖବର ପାଇଁ ହିଞ୍ଜିଳି ଥାନା ସବ୍ ଇନ୍ସପେକ୍ଟର ମମତା ସାମନ୍ତରାୟ ,ଡି. ମୋହନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲା୍ସ ରେ ହିଞ୍ଜିଳି ମେଡିକାଲ୍ ରେ ଭର୍ତି କରିଥିବା ବେଳେ ଡାକ୍ତର ମହେଶ ଦାସକୁ ମୃତ ଘୋଷଣା କରିଛନ୍ତି। ହିଞ୍ଜିଳି ଥାନା କେଶ ନମ୍ୱର୍ ୩୨୪/୨୦ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here