ଚିଙ୍ଗୁଡ଼ିଖୋଲରେ ଥଣ୍ଡା ପାନୀୟ ଜଳର ଶୁଭାରମ୍ଭ

0
319

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚିଙ୍ଗୁଡ଼ିଖୋଲ ଗ୍ରାମରେ ମା ଦଣ୍ଡକାଳୀ ମନ୍ଦିର ସାମ୍ନାରେ ଶୁଦ୍ଧ ପାନୀୟ ଜଳର ଶୁଭାରମ୍ଭ କରାଯାଇଛି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଵିଭାଗ ତରଫରୁ ପିଇବା ପାଇଁ ଏହି ଥଣ୍ଡା ପାନୀୟ ଜଳର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ନଡ଼ିଆ ଭାଙ୍ଗି ପୂଜାର୍ଚ୍ଚନା କରି ପାନୀୟ ଜଳ ଆରମ୍ଭ କରାଯାଇଛି । ଏହି ଅବସରରେ ସମିତିସଭ୍ୟ ଜିତେନ୍ଦ୍ର କୁମାର ଗୌଡ଼, ବସନ୍ତ କୁମାର ମଳିକଙ୍କ ସମେତ ଵହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here