କରୋନା କୁ ହରାଇ ପୁଣି କାର୍ଯ୍ୟ ରେ ଯୋଗ ଦେଲେ କରୋନା ଯୋଦ୍ଧା

0
384

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) କରୋନାରୁ ସୁସ୍ଥ ହୋଇ କାର୍ଯ୍ୟ ରେ ଯୋଗ ଦେଲେ କରୋନା ଯୋଦ୍ଧା।ଦୀର୍ଘ ୬ ମାସ ପରେ ଜନସାଧାରଣଙ୍କ ସହଯୋଗ ସହ ଜିଲ୍ଲାପ୍ରଶାସନ ର ଉଦ୍ୟମ ରେ ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ କରୋନା ଭୁତାଣୁର କାୟା ହ୍ରାସ ହେବାରେ ଲାଗିଛି।ଏହା ମଧ୍ୟ ରେ ଅନେକ ବ୍ୟକ୍ତି ସଂକ୍ରମିତ ହୋଇ ପ୍ରାଣ ମଧ୍ୟ ହାରିଛନ୍ତି।ତେବେ ମହାମାରୀ ଆରମ୍ଭ ସମୟରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଉପାୟ ରେ ଆପ୍ରାଣ ଉଦ୍ୟମ କରି ସଚେତନା କରି ଆସୁଥିବା ହିଞ୍ଜିଳିକାଟୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ମନୋରଂଜନ ସାହୁ ଗତ ଜୁନ ମାସ ଶେଷ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଥିଲେ।ଭୁବନେଶ୍ବରର ଏକ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେବା ପରେ ଦୀର୍ଘ ୨ମାସ ପରେ ସୁସ୍ଥ ହୋଇ ସୋମବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । କାର୍ଯ୍ୟରେ ଯୋଗଦାନ କରିବା ପରେ ପୌର ନିର୍ବାହୀ ଅଧିକାରୀଙ୍କୁ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଓ କାର୍ଯ୍ୟରତ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଇତି ମଧ୍ୟରେ ଲୋକଙ୍କ ସହଯୋଗ ହେତୁ ହିଞ୍ଜିଳି ରେ ସ୍ଥିତି ସ୍ଵାଭାବିକ ରହିଥିବା ବେଳେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପରିଧାନ ଏକ ମାତ୍ର ଅସ୍ତ୍ର ଭାବେ ଆମେ ଗ୍ରହଣ କରିବା ଆବଶ୍ୟକ।

LEAVE A REPLY

Please enter your comment!
Please enter your name here