କୁକୁଡ଼ାଖଣ୍ଡି ବ୍ଲକରେ ଦ୍ଵିତୀୟ ସମିତି ବୈଠକ ଅନୁଷ୍ଠିତ

0
246

କୁକୁଡ଼ାଖଣ୍ଡି:ଦୀର୍ଘ ୯ ମାସ ପରେ ହଟ୍ଟଗୋଳ ମଧ୍ୟରେ କୁକୁଡାଖଣ୍ଡି ସମିତି ବୈଠକ ଅନୁଷ୍ଠିତ ହେବା ପରେ ଏହାର ପୁନରାବୃତ୍ତି ହେଲେ ସାମୁହିକ ଇସ୍ତଫା ଦେବାକୁ ସମସ୍ତ ପିଆର୍ ମେମ୍ବରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।ସରକାରୀ ନିୟମକୁ ଆଦୌ ଖାତିରି ନକରି କୁକୁଡ଼ାଖଣ୍ଡି ବ୍ଳକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଏବଂ ବିଡ଼ିଓ ମହାଶୟା ଦୀର୍ଘ ୯ ମାସର ବ୍ୟବଧାନ ପରେ ଅନୁଷ୍ଠିତ ସାଧାରଣ ବୈଠକରେ ମେମ୍ବର ମାନେ ବ୍ଳକ ଅଧ୍ୟକ୍ଷ, ବିଡ଼ିଓ ପଲ୍ଲବୀ ସ୍ୱାଇଁ, ଖାଦ୍ୟ ଯୋଗାଣ ଅଧିକାରୀ,କୃଷି ବିଭାଗ ଅଧିକାରୀ,ଇଞ୍ଜିନିୟରିଂ ବିଭାଗର ସହକାରୀ ଯନ୍ତ୍ରୀ,ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୂଖଙ୍କ ତତ୍ବାବଧାନରେ ଚାଲିଥିବା ଖୋଲା ଦୁର୍ନୀତି ସମ୍ପର୍କରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଦାବି କରି ଗଞ୍ଜାମ ଜିଲ୍ଲାରେ ଏହି ବ୍ଳକ ଦୁର୍ନୀତିର ଗନ୍ତାଘର ପାଲଟିଛି ବୋଲି କହିଥିଲେ ।କାହିଁକି ନା ବ୍ଲକରେ ହେଉଥିବା ଦୁର୍ନୀତି କୁ ଘଣ୍ଟ ଘୋଡେଇବା ପାଇଁ ଏହି ସମିତି ବୈଠକ ନକରାଇ ଦିନ ପରେ ଦିନ ଗଡାଇ ଚାଲିଥିଲେ ବ୍ଲକ ଅଧ୍ୟକ୍ଷ ।ନିୟମ ଅନୁଯାୟୀ ପ୍ରତି ଦୁଇ ମାସରେ ଥରେ ବ୍ଲକ ଅଧ୍ୟକ୍ଷ ଏହି ସମିତି ବୈଠକ ଡାକିବା ନିୟମ ରହିଥିଲେ ମଧ୍ୟ “ଚୋର ମୁହଁ ଟାଣ ଭଳି” ବ୍ଲକରେ ହେଉଥିବା ଦୁର୍ନୀତିକୁ କାଳେ ପିଆର ମେମ୍ବର ମାନେ ପଦାରେ ପକାଇଦେବେ ଭାବି ଦିନ ପରେ ଦିନ ଗଡାଇ ଚାଲିଥିଲେ ।ହେଲେ ସମିତି ମେମ୍ବର ମାନେ ସମିତି ବୈଠକ ନିମନ୍ତେ ସ୍ଥାନୀୟ ବିଡ଼ିଓଙ୍କ ନିକଟରେ ବାରମ୍ବାର ଦାବି କରିଥିଲେ ମଧ୍ୟ କିଛି ଫାଇଦା ହୋଇନଥିଲା ।ପରିଶେଷରେ ପିଆର୍ ମେମ୍ବର ମାନେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଛତ୍ରପୁର ଜିଲ୍ଲାପାଳଙ୍କୁ ଭେଟି ସମିତି ବୈଠକ ନିମନ୍ତେ ଦାବି କରିଥିଲେ ।ଫଳରେ ଦ୍ଵିତୀୟ ସମିତି ବୈଠକ ଡାକିବା ପାଇଁ ବାଧ୍ୟ ହୋଇଥିଲେ ବ୍ଲକ ଅଧ୍ୟକ୍ଷ । ଏହି ବୈଠକରେ କୃଷିବିଭାଗ ଅଧିକାରୀଙ୍କ ପକ୍ଷରୁ ବିଭିନ୍ନ କୃଷି ଯୋଜନା କାର୍ଯ୍ୟକାରୀ ହୋଉଥିବା କହିବାରୁ ଏହାଦ୍ବାରା ଜଣେ ହେଲେ ପ୍ରକୃତ କୃଷକ ଉପକୃତ ହୋଇନଥିବାରୁ ଏହାର ତଦନ୍ତ ପାଇଁ ଦାବି ହେବା ସହ ବ୍ଳକ ଯୋଗାଣ ଅଧିକାରୀଙ୍କ ଦ୍ବାରା ଖାଉଟି ସାମଗ୍ରୀର ବ୍ୟାପକ ହେରଫେର ଚାଲିଥିବା ଅଭିଯୋଗ ହୋଇଛି ।ସହକାରୀ ଯନ୍ତ୍ରୀ ଓ ଜଳଯୋଗାଣ କ୍ଷେତ୍ରରେ କେବଳ ମିଥ୍ୟା ବିଲ୍ ଭାଉଚରରେ କାମ ଚାଲିଛି ବୋଲି ଅଧିକାଂଶ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ପ୍ରମୂଖ ପ୍ରତି ପଞ୍ଚାୟତରେ ହୋଇଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯିବାକୁ ଦାବି କରିଛନ୍ତି ।ଏହା ସହିତ ପଞ୍ଚାୟତ ପ୍ରତିନିଧି ମାନେ ଯୋଗାଣ ବିଭାଗ ଅଧିକାରୀଙ୍କୁ ଧାନ ସଂଗ୍ରହ ଓ ମଣ୍ଡି ପରିଚାଳନାର ମିଲରଙ୍କ ସହ ବିଭାଗର ଗଠବନ୍ଧନକୁ ନେଇ ପ୍ରବଳ ବିରୋଧ କରିଥିଲେ ।ସେହିଭଳି ଶିଶୁ ମାନଙ୍କୁ ଦିଆଯାଉଥିବା ଛତୁଆ ଗାଈ ମଧ୍ୟ ଖାଇବା ପାଇଁ ଅମଙ୍ଗ ହେଉଛି ବୋଲି ସିଡିପିଓଙ୍କୁ ଅଭିଯୋଗ କରିଥିଲେ ।ଆଜିର ଏହି ଦ୍ଵିତୀୟ ସମିତି ବୈଠକରେ ବାଘଲଟି ସମିତି ସଭ୍ୟ ସାରଥି ପ୍ରସାଦ ଗୌଡ଼, ମୋହଡା ସମିତି ସଭ୍ୟ ଜତୀନ୍ଦ୍ର ପାତ୍ର,ଜଗଦଳ ପୁର ସମିତି ସଭ୍ୟ ବି ରବୀନ୍ଦ୍ର ପାତ୍ର, ଲାଞ୍ଜିଆ ସମିତି ସଭ୍ୟ କାନ୍ହୁ ଚରଣ ପାତ୍ର, ଲୁଚାପଡା ସମିତି ସଭ୍ୟ ଚଣ୍ଡି ଚରଣ ସାହୁ, ବୋରିଗାଁ ସମିତି ସଭ୍ୟ ସନ୍ତୋଷ ସାହୁ, ଗୁରୁଣ୍ଠି ସମିତି ସଭ୍ୟା କେ.ରାଜଲକ୍ଷ୍ମୀ ଦାସ,ଲାଠୀ ସମିତି ସଭ୍ୟ ଜଗନ୍ନାଥ ଭୂୟାଁ, ରୋହିଗାଁ ସମିତି ସଭ୍ୟା ଲକ୍ଷ୍ମୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଘାଇଲା କରିଥିଲେ ।ଏହି ବୈଠକରେ କୁକୁଡ଼ାଖଣ୍ଡି ବ୍ଲକର ବିଧାୟକ ପ୍ରତିନିଧି ଉଦୟ ବେହେରା,ସାଂସଦ ପ୍ରତିନିଧି ନିର ମହାନ୍ତି,ସରପଞ୍ଚ ବଶିଷ୍ଠ ଜେନା,ବନ୍ଦନା ସେଠି,ସମିତି ସଭ୍ୟା ଲିଲି ସଂଗ୍ରାମ ସିଂ,ଜିଲ୍ଲା ପରିଷଦ ସଭ୍ୟା,ବ୍ଲକ କର୍ମଚାରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here