ଏସ୍.ବି.ଆଇ କୋଦଳା ଶାଖାରେ ଅବ୍ୟବସ୍ଥା ନେଇ ଗ୍ରାହକ ଅସନ୍ତୋଷ

0
316

କୋଦଳା(ସୂର୍ଯ୍ୟ ନାରାୟଣ ସଡ଼ଙ୍ଗି)ଡିଜିଟାଲ ଇଣ୍ଡିଆର ନାରା ଦେଉଥିବା ଏବଂ ବ୍ୟାଙ୍କିଙ୍କ ସେବା କ୍ଷେତ୍ରରେ ଦୁଇପାଦ ଆଗକୁ ଯାଇଥିବା ନେଇ ଡିଣ୍ଡିମ ପିଟୁଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ କୋଦଳା ଶାଖା ଏବେ ଅବ୍ଯବସ୍ଥା ଘେରରେ ଗତି କରୁଛି।ବ୍ୟାଙ୍କର ବିଭିନ୍ନ ଉନ୍ନତମାନର ସେବା ଠପ୍ ହୋଇଯିବା ଯୋଗୁଁ ଗ୍ରାହକଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ଶାଖାରେ ଏବେ ସ୍ବାଇପ୍ ମେସିନ କାମ ନ କରିବା, ପାସବୁକ ପ୍ରିଣ୍ଟ ନ ହେବା ସହ ଋଣ ପ୍ରଦାନ କାରବାର ନେଇ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଲା ବ୍ୟାଙ୍କରେ ଆଧାର କାର୍ଡ ଲିଙ୍କ କରିବା କିମ୍ବା କେୱାଇସି ପ୍ରଦାନ କରିବାକୁ ଗଲେ ଲାଇନରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ସମୟ ଚାଲିଯାଉଛି ,ତାପରେ ମଧ୍ୟ ବାରମ୍ବାର ବ୍ୟାଙ୍କକୁ ଯିବାକୁ ପଡୁଛି। ଅନ୍ୟପଟେ ଯେକୌଣସି ସମୟରେ ବନ୍ଧୁ ପରିଜନ ବ୍ଯକ୍ତି ନିକଟକୁ ତୁରନ୍ତ ଟଙ୍କା ପଠାଇବା ଓ ଟଙ୍କା ଡିପୋଜିଟ୍ କରିବା ସମ୍ଭବ ପର ହେଉନି। ଏନେଇ ବାରମ୍ବାର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକଙ୍କୁ ମେଲ୍ ଯୋଗେ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣଙ୍କ ସମେତ ସ୍ଥାନୀୟ ସାମ୍ବାଦିକ ଓ ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here