ଆହତ ଷଣ୍ଢ ଓ ଅସୁସ୍ଥ ଗାଈର ଚିକିତ୍ସାରେ ସହାୟକ ହେଲେ ପଶୁପ୍ରେମୀ ଲଲାଟେନ୍ଦୁ

0
277

ଵ୍ରହ୍ମପୁର: ବ୍ରହ୍ମପୁର ମହାନଗର ନେହୁରୁ ନଗର ୫ମ ଗଳିରେ ଅଜଣା ଗାଡ଼ି ଦ୍ବାରା ଏକ ଷଣ୍ଢ ଗୁରୁତର ଭାବେ ଆହତ ହୋଇ ଗୋଡରେ ଗଭୀର ଆଘାତ ଲାଗିଥିଲା।କୌଣସି ପ୍ରକାର ଖବର ପାଇ ସାମ୍ବାଦିକ ତଥା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।ଅଗ୍ନିଶମ କର୍ମଚାରୀ ଓ ପଶୁ ଚିକିତ୍ସା ଳୟର ଡ଼ାକ୍ତର ପହଞ୍ଚି ଷଣ୍ଡର ଚିକିତ୍ସା କରିଥିଲେ ।ଚିକିତ୍ସା ପାଇ ଉକ୍ତ ଗୁରୁତର ଆହତ ହୋଇଥିବା ଷଣ୍ଡ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି।ସେହିପରି ଗାନ୍ଧି ନଗର ୭ମ ଲାଇନରେ ଗୋଟିଏ ଗାଈ ମଧ୍ୟ ଅଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ଖବର ବିଜେଡି ର ବରୀଷ୍ଠ ନେତା ଏନ ନିରଞ୍ଜନ ରେଡିଙ୍କ ଠାରୁ ଖବର ପାଇ ସେଠାରେ ମଧ୍ୟ ପଶୁ ଚିକିତ୍ସାଳୟର ଡ଼ାକ୍ତର ସୋମୀକ ସ୍ବାଇଁଙ୍କ ସହ ପଶୁପ୍ରେମୀ ଶ୍ରୀ ଚୌଧୁରୀ ପହଞ୍ଚି ଗାଇର ଚିକିତ୍ସ କରିଥିଲେ। ଏହି ଭଳି ମହାନ କାର୍ଯ୍ୟକୁ ସାଧାରଣରେ ଉଛ ପ୍ରଶଂସା କରଯାଇଛି।

LEAVE A REPLY

Please enter your comment!
Please enter your name here