ବ୍ରେନ ଟ୍ୟୁମର ରେ ପୀଡ଼ିତ ସୁଶାନ୍ତ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ପତ୍ନୀ ଙ୍କ ଆକୁଳ ନିବେଦନ ।

0
375

ଖଲ୍ଲିକୋଟ (ପ୍ରଦୀପ୍ତ କୁମାର ସାହୁ) ବ୍ରେନ ଟ୍ୟୁମର ରେ ପୀଡ଼ିତ ସୁଶାନ୍ତ । ଚିକିତ୍ସା ପାଇଁ ପାଖରେ ଟଙ୍କାଟିଏ ନାହିଁ । ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି ସୁଶାନ୍ତ ।କଣ କରିବେ ବୁଝିପାରୁ ନାହାନ୍ତି ସୁଶାନ୍ତଙ୍କ ପତ୍ନୀ ଲିପି ସ୍ବାଇଁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କୈରାଶି ଗ୍ରାମରେ । କୈରାଶି ଗ୍ରାମର ସୁକାନ୍ତ ସ୍ବାଇଁଙ୍କ ପୁଅ ସୁଶାନ୍ତ । ଗ୍ରାମରେ ରୋଜଗାର ର କୌଣସି ପନ୍ଥା ନଥିବାରୁ ଧାର କରଜ କରି କିଛି ରୋଜଗାର ଆଶାରେ ସୁଦୂର ଆବୁଧାବି ଯାଇଥିଲେ ସୁଶାନ୍ତ । ପ୍ରାୟ ବର୍ଷକ ତଳେ ଯାଇଥିବା ସୁଶାନ୍ତ ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ହଠାତ ମୁଣ୍ଡ ବୁଲେଇ ପଡିଯାଇ ଥିଲେ । ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ତାଙ୍କ ମୁଣ୍ଡ ରେ ବ୍ରେନ ଟ୍ୟୁମର ହୋଇଥିବା ଜଣାପଡିଥିଲା । ଏହାପରେ କମ୍ପାନୀ ତାଙ୍କୁ ଗାଁ କୁ ପଠେଇ ଦେଇଥିଲା । ଗତ ଚାରିଦିନ ତଳେ ସୁଶାନ୍ତ ଗାଁକୁ ଆସିବାପରେ ସୁଶାନ୍ତ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କୁ ଯାଇଥିଲେ । ସେଠାରେ ଡାକ୍ତରଙ୍କୁ ଦେଖାଇବାରୁ ଅପରେସନ ପାଇଁ ଲକ୍ଷ୍ୟାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ଏହା ଶୁଣିବା ପରେ ପତ୍ନୀ ଲିପି ସ୍ବାଇଁଙ୍କ ପାଖରେ ସତେ ଯେମିତି କଳାବାଦଲ ଘୋଟିଯାଇଥିଲା । ଲିପିଙ୍କ ଦେଢ଼ବର୍ଷ ପୂର୍ବେ ଦୁଇଟି ଝିଅଙ୍କ ମୃତ୍ୟୁପରେ ଭାଙ୍ଗି ପଡ଼ିଥିବା ବେଳେ ଏବେ ସ୍ବାମୀଙ୍କ ଏଇ ଅବସ୍ଥା କଣ କରିବେ ବୁଝି ପାରୁ ନାହାନ୍ତି । ଲିପିଙ୍କ ପାଖରେ ଫୁଟି କଉଡ଼ି ଟିଏ ନାହିଁ ଏବେ ସହାୟତା ପାଇଁ ସରକାର କିମ୍ବା କୌଣସି ବ୍ୟକ୍ତି ବିଶେଷ ଆଗେଇ ଆସିବା ପାଇଁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here