ମୋହନା ପୋଲିସ ଦ୍ୱାରା ୫୯.୫୦୦ କିଲୋଗ୍ରାମ ଗଂଜେଇ ଜବତ

0
633

ଗଜପତି ୩/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଶୁକ୍ରବାର ଦିନ ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ୫୯.୫୦୦ କିଲୋଗ୍ରାମ ଗଂଜେଇ ସହ ବୋଲେରୋ ଗାଡି ଜବତ କରି ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି | କାଲି ସକାଳେ ପୋଲିସ ରାଇସିଂ ଛକରେ ପେଟ୍ରୋଲିଙ୍ଗ ସମୟରେ ଏହି ଗଂଜେଇ ଏକ ବୋଲେରୋ ଗାଡ଼ିରୁ(ନଂ OD-୦୭-Q-୪୪୫୦) ଜବତ ହୋଇଥିଲା |

ଏସ.ଡ଼ି.ପିଓ ଶ୍ରୀ ଅଶୋକ ମହାନ୍ତିଙ୍କ ସୂଚନା ଅନୁସାରେ ଏହି ଗଂଜେଇ କେନ୍ଦୁ ଗୁଡ଼ାରୁ ବ୍ରହ୍ମପୁର ଚାଲାଣ ହେଉଥିଲା | ଅଭିଯୁକ୍ତ ମାନେ ଇସାକ ମାଝୀ ( ଘର-ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଯାମୁଗୁଡା ଗ୍ରାମ),ସନ୍ତୋଷ ବିଶ୍ୱାଳ(ଘର-କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳର) ଓ କବି ବିଡ଼ିକା(ଘର-ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ସୁନ୍ଦରିଗୁଡା ଗ୍ରାମ) ବୋଲି ପୋଲିସ ତଦନ୍ତରୁ ଜଣାପଡିଛି |କେଶ ନଂ ୧୩୨ ରେ ମକଦ୍ଧମା ରୁଜୁ ହୋଇ ଅଭିଯୁକ୍ତଙ୍କୁ କୋଟି ଚାଲାଣ କରାଯାଇଛି |

LEAVE A REPLY

Please enter your comment!
Please enter your name here