ଗଞ୍ଜାମ ପୋଲିସର ସଫଳତା; ୬.୫ କେଜି ସୁନା ଜବତ ସହ ୧୫ ଗିରଫ

0
347

ବ୍ରହ୍ମପୁର(ପ୍ରଣୟ ପଣ୍ଡା)ଗଞ୍ଜାମ ପୋଲିସକୁ ମିଳିଛି ବଡ ସଫଳତା। ସାଢ଼େ ୬ କେଜି ଚୋରି ସୁନା ଜବତ କରିଛି ଗଞ୍ଜାମ ପୋଲିସ । ଦକ୍ଷିଣାଞ୍ଚଳ ଡି.ଆଇ.ଜି ଶ୍ରୀ ସତ୍ୟବ୍ରତ ଭୋଇଙ୍କ ସୂଚନା ଅନୁଯାୟୀ,ଅକ୍ଟୋବର ୧୨ତାରିଖ ମଧ୍ୟରାତ୍ରୀରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରର ଚାଙ୍ଗୁଡ଼ିଆପଦର ସାହି ନିବାସୀ ଅଳଙ୍କାର ବ୍ୟବସାୟୀ ସୁରେନ୍ଦ୍ର କୁମାର ନାୟକଙ୍କ ଘରୁ ସୁନା ଲୁଟ୍ ହୋଇଥିଲା। ଏ ନେଇ ସେ ପୋଲିସ ଥାନାରେ ଏତଲା ଦେଇଥିଲେ । କୌଣସି ସୂତ୍ରରୁ ଖବର ପାଇ ପୋଲିସ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିବା ଉକ୍ତ ସାଢ଼େ ୬ କେଜି ସୁନା ସହ ୪ ଲକ୍ଷ୍ୟ ୪୪ହଜାର ଟଙ୍କା ଜବତ କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ କାଳିଆ ଓରଫ ଘନଶ୍ୟାମ ବେହେରା ସମେତ ମୋଟ ୧୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୧୫ ଜଣଙ୍କ ମଧ୍ୟରୁ ୧୦ ଜଣ ଲୁଟେରା ହୋଇଥିବା ବେଳେ ୫ ଜଣ ସୁନାରୀ ରହିଛନ୍ତି । ଏହି ସୁନାରୀମାନେ ଚୋରି ସୁନା କିଣି ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କାଳିଆ ଦାସ,ପିଣ୍ଟୁ ନାହାକ,ବୁଲୁ ନାହାକ,ତ୍ରିନାଥ ବେହେରା,କାହ୍ନୁ ଚରଣ ପଟ୍ଟନାୟକ,ଶଙ୍କର ବେହେରା,ସ୍ୱରାଜ୍ୟ ଦାସ,ସନ୍ୟାସୀ ନାୟକ ଓ ଅମିତ୍ ବେହେରା ଏବଂ ଚୋରି ସୁନା କିଣିଥିବା ସୁନାରୀମାନେ ହେଲେ ଦିପୁ ଆଚାର୍ଯ୍ୟ, ସନ୍ତୋଷ ଆଚାର୍ଯ୍ୟ,ବିରଭଦ୍ର ରାଓ,ନନ୍ଦ କିଶୋର ଭଗତ ଓ ମିଥୁନ୍ ବେହେରା । ଅଭିଯୁକ୍ତମାନେ ଚୋରି ଉଦ୍ଧେଶ୍ୟରେ ଘରେ ପଶି ଅଳଙ୍କାର ଲୁଟ କରିବା ସହ ମୋବାଇଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ ।
ଡି.ଆଇ.ଜି ଶ୍ରୀ ସତ୍ୟବ୍ରତ ଭୋଇ ଛତ୍ରପୁର ଠାରେ ଗଞ୍ଜାମ ଏସପି ଶ୍ରୀ ବ୍ରିଜେଶ କୁମାର ରାୟ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଚୋରି ସମ୍ପର୍କରେ ଓ ଗିରଫ ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଶ୍ରୀ ଠାକୁର ପ୍ରସାଦ ପାତ୍ର,ପୁରୁଷୋତମପୁର ଏସଡିପିଓ ସୀମା ସ୍ୱାଇଁ ଓ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here