ପୁଣି କାଶ୍ମୀର ଅଶାନ୍ତ, ଆଂତଙ୍କବାଦୀ ଏବଂ ସେନା ମୁହାଁମୁହିଁ

    0
    632

    ନୂଆ ଦିଲ୍ଲୀ ୩/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଜାମ୍ମୁ କାଶ୍ମୀର ପ୍ରଶାସନ ବଡ ଧରଣର ଆଂତଙ୍କବାଦୀ ଆକ୍ରମଣ ଯୋଜନାର ସୂଚନା ପାଇ ପ୍ରସିଦ୍ଧ ଅମରନାଥ ଯାତ୍ରା ସ୍ଥଗିତ କରିଛନ୍ତି | ଯେଉଁମାନେ ଯାତ୍ରା ଆରଂଭ କରି ସାରିଛନ୍ତି ସେମାନଙ୍କୁ ଯଥାସ୍ଥାନରୁ ଫେରିଆସିବା ପାଇଁ ପରାମର୍ଶ ଦିଆଯାଇଛି |ପର୍ଯ୍ୟଟକମାନଙ୍କୁ ଯଥାଶୀଘ୍ର କାଶ୍ମୀର ଛାଡିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି | ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଶ୍ରୀନଗରରୁ ଆଣିବା ପାଇଁ ଅତିରିକ୍ତ ବିମାନ ସେବାର ବନ୍ଦୋବସ୍ତ କରାଯାଇଛି |
    ଗୁଇନ୍ଦା ବିଭାଗ ଠାରୁ ସୂଚନା ପାଇ ଭାରତୀୟ ସେନା ସୂଚନା ଦେଇଛନ୍ତି ଯେ ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ ପାଇଁ ଆଂତଙ୍କବାଦୀଙ୍କର ଯୋଜନା ରହିଛି | ଦକ୍ଷିଣ କାଶ୍ମୀରରେ ଥିବା ପଣ୍ଡସାନରେ ଆଂତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଭାରତୀୟସେନାଙ୍କ ସର୍ଚ୍ଚ ଅପରେସନ ଆରଂଭ କରିଥିଲେ | ଆଂତଙ୍କବାଦୀମାନେ ସେନାଙ୍କୁ ଆକ୍ରମଣ କରିବା ଦ୍ୱାରା ଜଣେ ଯବାନ ସହିଦ ହୋଇଥିଲେ | ସେନା ପକ୍ଷରୁ ପ୍ରତି ଆକ୍ରମଣରେ ଜିନତ-ଉଲ-ଇସ୍ଲାମ ନାମକ ଜଣେ ସୋପିୟାନ ଜିଲ୍ଲାର ଆତଙ୍କବାଦୀ ମୃତ୍ୟୁବରଣ କରିଥିଲା | ମୃତକ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଅମରନାଥ ଯାତ୍ରା ପଥରେ ସର୍ଚ୍ଚ ଅପରେସନରୁ ପାକିସ୍ତାନରେ ନିର୍ମିତ ସ୍ନାଇପାର ରାଇଫଲ ଓ ଲେନ୍ଡ ମାଇଁନ ଜବତ ହୋଇଛି |

    ଅନ୍ୟପଟେ ଜାମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀମାନେ ପହଂଚିବାରେ ଲାଗିଛନ୍ତି | ସେମାନଙ୍କୁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ମୃତୟନ କରାଯାଉଛି | ଏହି କେନ୍ଦ୍ରୀୟ ଫୋର୍ସ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦର ମୁକାବିଲା ସହ ଆଇନ ଶୃଙ୍ଖଳା ଦାୟିତ୍ୱରେ ରହିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି | ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଶ୍ରୀ ଅଜିତ ଡୋଭାଲ ଗତ ସପ୍ତାହରେ କାଶ୍ମୀର ଘାଟି ପରିଦର୍ଶନ କରି ଫେରିବା ପରେ ଗୃହମନ୍ତ୍ରୀ ଅମିତ ସାହା କାଶ୍ମୀର ଘାଟିରେ ସୈନ୍ୟ ଠୁଳ କରିବାରେ ଲାଗିଛନ୍ତି | ପ୍ରଥମେ ଦଶ ହଜାର ଅତିରିକ୍ତ ସୈନିକ ଘାଟିରେ ମୃତୟନ ହୋଇଥିବା ବେଳେ ପୁଣି ଦ୍ଵିତୀୟ ପର୍ଯ୍ୟାୟରେ ଆଉ୨୫ ହଜାର ସୈନିକ ଗୃହ ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ମୃତୟନ ହୋଇଛନ୍ତି |

    LEAVE A REPLY

    Please enter your comment!
    Please enter your name here