କାର ସହ ଗଞ୍ଜେଇ ଜବତ ; ଜଣେ ଗିରଫ

0
515

ଭଞ୍ଜନଗର/ସୋରଡା(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ସୋରଡ଼ା ଥାନା ପୋଲିସ ଆଜି ଅସୁରବନ୍ଧ ନିକଟସ୍ଥ ଦାନ୍ତୀଲିଙ୍ଗୀ ଛକଠାରେ ବ୍ଲକିଙ୍ଗ କରି ଗାଡି ଗୁଡିକୁ ଚେକିଂ କରୁଥିବା ସମୟରେ ଏକ ସ୍ୱିଫ୍ଟ କାର ରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା। ପୋଲିସ ଗାଡିଟିକୁ ଅଟକ ରଖି ସେଥିରୁ ୪୭ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଏଥି ସହିତ ସହ କାର ଟିକୁ ମଧ୍ୟ ଜବତ କରିଛି। ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ପଞ୍ଚତିରିଷୀ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି।ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛି କଳାହାଣ୍ଡି ଜିଲ୍ଲାର ଶେଷଦେବ ମାଲି (୨୬) । ସେ ବାଲିଗୁଡା ରୁ ଭୁବନେଶ୍ୱର କୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ସୂଚନା ଦେଇଛନ୍ତି ଆସ୍କା SDPO ସୂର୍ଯ୍ୟମଣି ପ୍ରଧାନ । ଏ ନେଇ କେସ ନମ୍ବର ୨୬୯/୨୦ ରେ ଏକ ମାମଲା ରୁଜୁ କରାଯାଇଛି।

LEAVE A REPLY

Please enter your comment!
Please enter your name here