ଲୁଣି ଓ ଚିଙ୍ଗୁଡ଼ି ଚାଷରେ ବ୍ୟବହୃତ କେମିକାଲ ମିଶ୍ରିତ ପାଣି ଯୋଗୁଁ ନଷ୍ଟ ହେଲା ଶହ ଶହ ଏକର ଧାନ ଚାଷ ଜମି

0
294

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଜିଲ୍ଲାର ବଡ ବଡ ଓ ନାମୀ ଦାମୀ ଲୋକ ଙ୍କ ଦ୍ଵାରା ଚାଷୀ ପ୍ରତାରଣାର ଶିକାର ହୁଏ ତେବେ କହିବା କାହାକୁ ଶୁଣିବ କିଏ। ସରକାରଙ୍କ ପ୍ରତ୍ୟକ ସୁବିଧା ସୁଯୋଗକୁ ଭଣ୍ତୁର କରିବାକୁ ବସିଛନ୍ତି କେତେକ ଚିଙ୍ଗୁଡ଼ି ମାଫିଆ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ପାଇଁ ଗୁରୁତ୍ୱ ଦେଉଥିବା କଥା କହୁଥିବା ବେଳେ ଶହସ୍ରାଧିକ ଚାଷୀ ଏଠି ଚିଙ୍ଗୁଡ଼ି ମାଫିଆଙ୍କ ରୋଷର ଶୀକାର ହୋଇ ନିଜ ଭାତ ହାଣ୍ଡିକୁ ହରାଇ ଋଣଗ୍ରସ୍ତ ହୋଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ଷା ଜଳକୁ ବନ୍ଧ ଓ ଛୋଟ ଆନିକଟ ଦ୍ବାରା ସଂଚୟ କରି ଉପଯୋଗ କରନ୍ତି ଚାଷ କାମରେ।ବିଗତ ଦଶ ବର୍ଷରୁ ଉର୍ଦ୍ଧ୍ବ ହେବ ଧାନଚାଷ ହେଉଥିବା ଚାଷ ଜମି ମଝିରେ କେତେକ ଚିଙ୍ଗୁଡ଼ି ମାଫିଆ ଅଧିକ ଲାଭ ପାଇବା ପାଇଁ ବେନାମୀ ଚିଙ୍ଗୁଡ଼ି ଚାଷ କରି,ମିଠା ପାଣି ଯାଉଥିବା ନାଳକୁ ଗଭୀର ଭାବରେ ଖୋଳି ଚିଲିକାରୁ ଲୁଣିପାଣି ଆଣି ମଟର ମାଧ୍ୟମରେ ଚିଙ୍ଗୁଡ଼ି ଘେରିରେ ଭର୍ତ୍ତି କରୁଛନ୍ତି ଓ ଚିଙ୍ଗୁଡ଼ିର ବୃଦ୍ଧି ପାଇଁ ବିଭିନ୍ନ କେମିକାଲ ଜାତୀୟ ଔଷଧ ପ୍ରୟୋଗ କରାଯାଉଛି। ଏହି ପାଣିକୁ ନିସ୍କାସନ ବେଳେ ଶହଶହ ଏକର ଧାନଚାଷ ହେଉଥିବା ଜମିରେ ମାଡି ଫସଲ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଖଲ୍ଲିକୋଟ ବ୍ଲକ ପଥରା ପଞ୍ଚାୟତର ଅନେକ ଚାଷୀ । ବର୍ଷକୁ ଥରେ ଧାନଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀ କ୍ଷତି ସହି ନପାରି ଶେଷରେ ଦାଦନ ମୁହାଁ ହେଉଛି । ବାରମ୍ବାର କ୍ଷତି ସହୁଥିବା ଚାଷୀ ବେନାମୀ ଚିଙ୍ଗୁଡ଼ି ବ୍ୟବସାୟୀଙ୍କୁ ନିଜର ଅସୁବିଧା ବିଷୟରେ ଜଣାଇ ଧମକ ଚମକର ଶୀକାର ହେବା ପରେ ,ଶେଷରେ ଏକାଠି ହୋଇ ନିଜର ଦୁଃଖକୁ ଲିଖିତ ଭାବେ ଖଲ୍ଲିକୋଟ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ କୌଣସି ପ୍ରତିକାର ହୋଇନଥିବା ହେତୁ ଆଜି ଖଲ୍ଲିକୋଟ ତହସିଲ କାର୍ଯ୍ୟାଳୟରେ ଧାରଣା ଦେବା ସହ ଶେଷରେ ଜିଲ୍ଲାପାଳ ଙ୍କ ନିକଟରେ ଗୁହାରି କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଗାମୀ ୩ଦିନ ମଧ୍ୟରେ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଶୁଣିବାକୁ ମିଳୁଛି ଏହି ଚିଙ୍ଗୁଡ଼ି ଘେରିରେ ଜିଲ୍ଳା ର୍ ବହୁତ ନାମୀ ଦାମୀ ଲୋକ ସାମିଲ ଥିବାରୁ ପ୍ରତିକାର ହେଉନଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି । ଏବେ ଦେଖିବାକୁ ବାକି ରହିଲା ଜିଲ୍ଲାପାଳ ଚାଷୀଙ୍କ ଦୁଃଖ କେବେ ଦୂରକରୁଛନ୍ତି ।

LEAVE A REPLY

Please enter your comment!
Please enter your name here