ଜିଲ୍ଲାପାଳଙ୍କ ବେଗୁନିଆପଡା ବ୍ଲକ ଗସ୍ତ ଓ କରୋନା ସମୀକ୍ଷା

0
355

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବେଗୁନିଆପଡା ବ୍ଲକ ଗ୍ରସ୍ତ କରିବା ସହ ପଂଚାୟତ ପ୍ରତିନିଧିଙ୍କ ସହ କୋଭିଡ ସଚେତନତା ଉପରେ ଆଲୋଚନା କରିଥିଲେ l ପ୍ରତି ପଂଚାୟତରେ ସ୍ୱାସ୍ଥ୍ୟ ସଚେତନତା ସହ କରୋନାକୁ ପରାସ୍ତ କରିବା ପାଇଁ ତୃଣ ମୂଳ ସ୍ତରରେ ଜନସାଧାରଣ ଚେଷ୍ଟା କରିବା ପାଇଁ ଅନୁରୋଧ କରିଥିଲେ l ଏହା ସହିତ ସାମାଜିକ ଦୂରତ୍ୱ ରଖିବା, ମlସ୍କ ପିନ୍ଧିବା, ଗହଳି ନକରିବା ଇତ୍ୟାଦି ଉପରେ ସରପଞ୍ଚ ମାନେ ଗୁରୁତ୍ୱ ଦେବା ପାଇଁ ପ୍ରକାଶ କରିଥିଲେ l ଏହା ସହ ସାର କଳାବଜାରୀ ରୋକିବା ପାଇଁ ପଦକ୍ଷେପ ନେବା ସକାଶେ ସେ ତହସିଲଦାରଙ୍କୁ କହିଥିଲେ l ଆଜିର ଏହି ସମୀକ୍ଷା ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ବିଡ଼ିଓ ବେଦବର ପ୍ରଧାନ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here