ମୃତ ଶିକ୍ଷକଙ୍କ ପରିବାର ବର୍ଗଙ୍କୁ ସହାୟତା ରାଶି ପ୍ରଦାନ

0
347

ବେଗୁନିଆପଡା:ମୃତ୍ୟୁବରଣ କରିଥିବା ଶିକ୍ଷକ ବିପ୍ର ଚରଣ ନାୟକ ଙ୍କ ଧର୍ମପତ୍ନୀ ଙ୍କୁ ବେଗୁନିଆପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ୫୦୦୦ ହଜାର ଟଙ୍କା ଏବଂ ଗୁରୁଛାତ୍ର କଲ୍ୟାଣ ପାଣ୍ଠି ଗଞ୍ଜାମ ତରଫରୁ ୧୦୦୦୦ ହଜାର ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ ସହ ଶିକ୍ଷକଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ସି ଆର୍ ସି ସି ଜଗନ୍ନାଥ ବାରିକ, ସହକାରୀ ଶିକ୍ଷକ ନାରାୟଣ ଦାଶ, ରାଘବ ଗୌଡ ପ୍ରମୁଖ ଶିକ୍ଷକ ପରିବାର ବର୍ଗ ଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନା ରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ର ଶିକ୍ଷକ ବିପ୍ର ଚରଣ ନାୟକ (୫୩) ଙ୍କ ଗତକାଲି ସକାଳ ପାଖା ପାଖି ପ୍ରାୟ ୫.୩୦ ମିନିଟ୍ ସମୟ ରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥା ରେ ଦେହାନ୍ତ ହୋଇଥିଲା ।ସ୍ଵର୍ଗତ ନାୟକ କୁମ୍ଭାରଗାଁ ପଞ୍ଚାୟତ ର କୁମାରିପାରି ଗ୍ରାମ ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ।

ରିପୋର୍ଟ :ଭଞ୍ଜ କିଶୋର ମହାରଣା

LEAVE A REPLY

Please enter your comment!
Please enter your name here