ଅଙ୍ଗନବାଡି କେନ୍ଦ୍ର ପାଲଟିଛି ଗାଈ ଗୁହାଳ

0
436

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଅଙ୍ଗନବାଡି କେନ୍ଦ୍ର- ୨ ର କୋଠା ବର୍ତ୍ତମାନ ଗାଈ ଗୁହାଳ ପାଲଟିଥିବା ବେଳେ କୋମଳମତି ଶିଶୁମାନଙ୍କ ଶିକ୍ଷାଦାନ ଏକ ଭଡା ଗୃହରେ ଚାଲିଥିବା ଦେଖା ଦେଇଛି। ଓଡ଼ିଶାରେ ୪୦% ରୁ ଉର୍ଦ୍ଧ୍ବ ଶିଶୁ ଅପପୃଷ୍ଟିର ଶିକାର ହେଉଥିବା ବେଳେ ସେମାନଙ୍କୁ ପୃଷ୍ଟିକର ଖାଦ୍ୟ ସହ ଉପଯୁକ୍ତ ପରିବେଶ ମଧ୍ୟରେ ପ୍ରାକ ପ୍ରାଥମିକ ଶିକ୍ଷା ଦେବାକୁ ଆନ୍ତର୍ଜାତିକ ସଂଗଠନ ଗୁରୁତ୍ୱ ଦେଉଛି। ଶିଶୁଙ୍କ ବିକାଶକୁ ଲକ୍ଷରେ ରଖି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସେମାନଙ୍କ ପାଇଁ ଆଦର୍ଶ ପାଠଶାଳା ନିର୍ମାଣ ପାଇଁ ଯୋଜନା ହେଉଥିବା ବେଳେ କେଉଁଠି ଅଙ୍ଗନବାଡି କେନ୍ଦ୍ର ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଅଛିତ କେଉଁଠି ଅଳ୍ପଦିନ ମଧ୍ୟରେ ସେହିଗୃହ ବ୍ୟବହାର ପାଇଁ ଅନୁପଯୋଗୀ ହୋଇ ପଡିଛି। ସେମାନଙ୍କ ମଧ୍ୟରୁ ମାଣିତରା ଅଙ୍ଗନବାଡି କେନ୍ଦ୍ର-୨ ଅନ୍ୟତମ। ଟେକନିକାଲ ଭୁଲ ବା ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏହି କେନ୍ଦ୍ରରେ ଅଳ୍ପ ଦିନ ଶିକ୍ଷାଦାନ ଚାଲିବା ପରେ ଗୃହର କାନ୍ଥରେ ଫାଟ ସୃଷ୍ଟି ହେବାଯୋଗୁଁ ଶିଶୁ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ସେଠାରେ କେନ୍ଦ୍ର ବନ୍ଦ ହୋଇ ଏକ ଭଡା ଘରେ ଚାଲିଛି। ବର୍ତ୍ତମାନ ସେହି ପରିତ୍ୟକ୍ତ କେନ୍ଦ୍ର ଗାଈ ଗୁହାଳ ପାଲଟି ଯାଇଛି। ଆଉକିଛି ଦିନ ଏହିପରି ରହିଲେ ତାହା ଅନ୍ୟ କାହାର ଅକ୍ତିଆରକୁ ଚାଲିଯିବା ଅସମ୍ଭବ ନୁହେଁ। ବିଭାଗୀୟ ଅଧିକାରୀ ସେଥିପ୍ରତି ଦୃଷ୍ଟି ଦେଇ କେନ୍ଦ୍ରର ମରାମତି କିମ୍ବା ନୂତନ କୋଠା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରି ସେଠାରେ ଅଙ୍ଗନବାଡି କେନ୍ଦ୍ର ଚାଲୁକରିବାକୁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here