ସୋରଡ଼ା ର ମା କନ୍ଧୁଣି ଦେବୀ ଙ୍କ ଭଜନ କ୍ୟାସେଟ ଉନ୍ମୋଚିତ

0
279

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା)ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ସୋରଡ଼ା ର ଅଧିଷ୍ଠାତ୍ରୀ ଦେବୀ ମା କନ୍ଧୁଣି ଦେବୀ ଙ୍କ କଣ୍ଟାପୀଡ଼ା ଯାତ୍ରା ଉପଲକ୍ଷେ ମା ଙ୍କର ଗୁଣଗାଥା ନେଇ ଏକ ସୁନ୍ଦର ଭଜନ ରେକଡିଂ କରାଯାଇଛି । ଯାହାକି ପି ଆର କ୍ରିଏସନ ଅଫିସିଆଲ ୟୁଟୁବ ଚେନେଲ ମାଧ୍ୟମରେ ପ୍ରସାରିତ ହୋଇଛି । ଏହି ଗୀତଟିକୁ ଗାଇଛନ୍ତି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଓ ସୋରଡ଼ା ମାଟିର ସୁପରିଚିତ କଣ୍ଠଶିଳ୍ପୀ ପିତାମ୍ବର ଗୌଡ଼ । ଏହାର ପ୍ରଯୋଜନା ରେ ନୀଳାଞ୍ଚଳ ଗୌଡ଼ ଓ ନିର୍ଦ୍ଦେଶନା ଦେଇଛନ୍ତି ବାଲୁକାଶିଳ୍ପୀ ସତ୍ୟ ନାରାୟଣ ମହାରଣା ଓ ସଙ୍ଗୀତ ନିର୍ଦ୍ଦେଶକ ଧିରଜ ମହାନ୍ତି ଏବଂ ଗୀତିକାର ଜୀବନ ଓ ସଙ୍ଗୀତ ପରିଚାଳନା ବାବୁଲି ଭାଇ କରିଛନ୍ତି । ଉକ୍ତ ଭଜନ ଟିକୁ ସୋରଡ଼ା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଉନ୍ମୋଚିତ କରିଥିବା ବେଳେ ସଞ୍ଜୟ କୁମାର ମହାରଣା , ପ୍ରମୋଦ ଅଧିକାରୀ , ସଞ୍ଜୟ କୁମାର ଗୌଡ଼ , ନୀଳାଞ୍ଚଳ ଗୌଡ଼ , ସଞ୍ଜୟ ପଣ୍ଡା , ରାଜା ଦାସ , ଟିକିନା , ଶିବ ସାହୁ , ଶଶାଙ୍କ ଦାସ , ଶିବ ସୁଆର , ଦୁର୍ଗା ଚରଣ ଶତପଥୀ ମଧ୍ୟ ଉପସ୍ଥିତ ଥିଲେ । ଆଜକୁ ପ୍ରାୟ ତିନି ବର୍ଷ ଧରି ଏହିଭଳି ଭଜନ ଉନ୍ମୋଚନ କରାଯାଇଥାଏ । ମହାମାରୀ କରୋନା ସମସ୍ତଙ୍କ ସୁଖ ଓ ଜୀବିକା ହରାଇ ନେଲେ ମଧ୍ୟ ମା ଙ୍କ କୃପାରୁ ଭଜନ ଟି ପ୍ରସାରିତ ହୋଇପାରିଛି । ତେଣୁ ସମସ୍ତ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ ଭଜନ ଟିକୁ ଶୁଣି ମା ଙ୍କର କୃପାଲାଭ କରିବା ହେବେ ।

LEAVE A REPLY

Please enter your comment!
Please enter your name here