ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ତମ ତିରୋଧାନ ଦିବସ ପାଳିତ

0
260

କୁକୁଡ଼ାଖଣ୍ଡି : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ତିରୋଧାନ ଦିବସକୁ ନେଇ ସାରା ରାଜ୍ୟ ଆଜି ୨୫ତମ ଶ୍ରାଦ୍ଧ ବାର୍ଷିକ ପାଳନ କରିଛି । ଏହି ଅବସରରେ କୁକୁଡ଼ାଖଣ୍ଡି ବ୍ଲକ ପରିସରରେ ପ୍ରତିଷ୍ଠିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପରେ କୁକୁଡ଼ାଖଣ୍ଡି ମୁଖ୍ୟ ରାସ୍ତା ସମେତ ସାହିଗଳିରେ ସ୍ଵଚ୍ଛ ଭାରତ ଅଭିଯାନ ବ୍ଳକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଜୁ ପ୍ରେମୀମାନେ ଝାଡ଼ୁ ଧରି ରାସ୍ତା ସଫେଇ କରିଥିଲେ। ଏହାପରେ କୁକୁଡ଼ାଖଣ୍ଡି ସ୍ଥିତ ପାଟସାଲିଆ କଲ୍ୟାଣ ମଣ୍ଡପଠାରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା। ବ୍ଲକ ସଭାପତି ସନ୍ତୋଷ ଚୌଧୁରୀଙ୍କ ନେତୃତ୍ବରେ ବିଜେଡ଼ି ରାଜ୍ୟ ଯୁଗ୍ମ ସମ୍ପାଦକ କୈଳାଶ ରଣା, ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ଭିନ୍ନକ୍ଷମ ନେତା କେ.ମଣିବାବୁ, ସମିତି ସଭ୍ୟ ସାରଥି ପ୍ରସାଦ ଗୌଡ଼,ଉଦୟ ନାଥ ବେହେରା,ସରପଞ୍ଚ ବଶିଷ୍ଟ ଜେନା,ନିରୁପମା ପାତ୍ର,ରବିନ୍ଦ୍ର ପାତ୍ର,ଏଲ୍.ପୁରୁଷୋତ୍ତମ ପାତ୍ର, ରଘୁ ପାତ୍ର, ଇଂ.ବନ୍ଦନା ସେଠୀ, ଶିବାନୀ ସେଠୀ, ରାଧାମୋହନ ସେଠୀ,ସନାତନ ସଂଗ୍ରାମ ସିଂ, ସଞ୍ଜୟ ସାହୁ,ରାଜା ପାତ୍ରଙ୍କ ସମେତ ବିଜେଡ଼ିର ବହୁ ନେତୃ ମଣ୍ଡଳୀ ସମେତ ସମସ୍ତ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ଉପସ୍ଥିତ ରହି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନରେ ସାମିଲ ହୋଇଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here