ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଜନ୍ମଦିନ ଅବସରରେ ରକ୍ତଦାନ କରି ଅନ୍ୟକୁ ପ୍ରୋତ୍ସାହିତ କଲେ

0
423

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଜନ୍ମଦିନରେ ନିଜେ ରକ୍ତଦାନ କରି ଅନ୍ୟକୁ ମଧ୍ୟ ରକ୍ତଦାନ କରିବାକୁ ପ୍ରୋତ୍ସାହନ କରିଲେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ କାହ୍ନୁ ଚରଣ ପାତ୍ର। ନିଜର ଜନ୍ମଦିନରେ ତଥା ସ୍ୱାୟତ ଶାସନ ଦିବସ ଅବସରରେ ଆସ୍କାରୋଡ଼ କାଳୁପାତ୍ର ସାହି ସ୍ଥିତ ଓଁଶ୍ରୀ ଇନଷ୍ଟିଚ୍ୟୁଟ ଠାରେ ମୋ ପରିବାର ” ଜୀବନ ବିନ୍ଦୁ ” କାର୍ଯ୍ୟକ୍ରମରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କାହ୍ନୁ ଚରଣ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶିବିରରେ ମୁଖ୍ୟଅତିଥି ଭାବରେ ବ୍ରହ୍ମପୁର ବିଧାୟକ ଵିକ୍ରମ କୁମାର ପଣ୍ଡା ଯୋଗ ଦେଇ ଉଦଘାଟନ କରିଥିଲେ। ସମସ୍ତେ ରକ୍ତଦାନ କରି ବହୁମୂଲ୍ୟବାନ ଜୀବନ ରକ୍ଷା କରିବାକୁ ଶ୍ରୀପଣ୍ଡା ଆହ୍ଵାନ ଦେଇଥିଲେ।ସମ୍ମାନୀତ ଅତିଥିଭାବେ ଜୀବନବିନ୍ଦୁର ଜିଲ୍ଲା ସଂଯୋଜକ ସୁବାଷ ମହାରଣା, ବିଜେଡି ରାଜ୍ୟ ସମ୍ପାଦକ ସଂଘମିତ୍ରା ଦଳାଇ, ଦିଗପହଣ୍ଡି ଉପାଦକ୍ଷ ପ୍ରତିନିଧି ଏନ.ନିରଞ୍ଜନ ରେଡି, ବିଜୟ ସାମଲ, ଭିସମାଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ, କୈଳାସ ଚୌଧୁରୀ ,ମୁନା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ୩୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ପ୍ରେମଚାନ୍ଦ ପଟ୍ଟନାୟକ, ସୁଶୀଲ କୁମାର ସାହୁ , ଶିବଶଙ୍କର ନାୟକ , ପୃଥିବୀରାଜ ପାଇକ , ଅମିତ ମହାରଣା , ପଦ୍ମଲୋଚନ ପଟ୍ଟନାୟକ , ତୁଷାରକାନ୍ତ ପାଢ଼ୀ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ। ରକ୍ତଭଣ୍ଡାରର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ମାଧ୍ୟମରେ ରକ୍ତ ସଂଗୃହୀତ ହୋଇଥିଲା।

LEAVE A REPLY

Please enter your comment!
Please enter your name here