ଗଞ୍ଜାମରୁ କରୋନା ସଂକ୍ରମଣ କମିଗଲା ବୋଲି ଭାବିବା ସଂପୂର୍ଣ୍ଣ ଭୂଲ୍ ତେଣୁ ଜିଲ୍ଲାବାସୀ ସତର୍କ ରହିବାକୁ ଜିଲ୍ଲାପାଳଙ୍କ ଅନୁରୋଧ

0
298

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର,କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମନ୍ବୀତ ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ ସ୍ତରୀୟ ଶିକ୍ଷା ଅଧିକାରୀ, ବ୍ଲକ୍ ସ୍ତରୀୟ ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ କୋଭିଡ୍ ପରିଚାଳନାଗତ ବିସ୍ତୃତ ଆଲୋଚନା କରିଥିଲେ । ଆଲୋଚନାରେ ଆର୍ ଟି ପି ସି ଆର୍ ଏବଂ ଆଣ୍ଟିଜେନ୍ ପରୀକ୍ଷା, ଗ୍ରାମ ପଞ୍ଚାୟତ ଓ ଓ୍ବାର୍ଡ ସ୍ତରୀୟ କୋଭିଡ୍ ପରିଚାଳନା, ପରିଚାଳନାରେ ସଂଘ ଗୁଡିକ ସଂପୃକ୍ତି କରାଇବା, ଆମସ୍ବାସ୍ଥ୍ୟ ଆମ ଦାୟୀତ୍ବ, ଗର୍ଭବତୀ ମହିଳା ମାନଙ୍କ ନିମନ୍ତେ ସ୍ବତନ୍ତ୍ର ଭାବେ ପରୀକ୍ଷା, ମିନି କଣ୍ଟେନମେଣ୍ଟ ଜୋନ୍ ର ପରିଚାଳନା, ସାମାଜିକ ଦୂରତ୍ବ, ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଅଣ୍ଡା ବଣ୍ଟନ, ଆଡମିଶନ୍, ଡିସଚାର୍ଯ ଓ ମୃତ୍ୟୁ ଜନୀତ ପଞ୍ଜିକରଣ ଇତ୍ୟାଦି ବିଷୟ ନେଇ ସୁବିସ୍ତୃତ ଆଲୋଚନା ହୋଇଥିଲା ।
ସେପ୍ଟେମ୍ବର ମାସ ଗଞ୍ଜାମ ଜିଲ୍ଲାପାଇଁ ଗୁରୁତ୍ବପୂର୍ଣ୍ଣ । ଗଞ୍ଜାମରୁ କରୋନା ସଂକ୍ରମଣ କମିଗଲା ବୋଲି ଭାବିବା ସଂପୂର୍ଣ୍ଣ ଭୂଲ୍ । ତେଣୁ ଜିଲ୍ଲାବାସୀ ସତର୍କ ରହିବା ନିହାତି ଆବଶ୍ୟକ । ଆର୍ ଟି ପି ସି ଆର୍ ଏବଂ ଆଣ୍ଟିଜେନ୍ ପରୀକ୍ଷା ନିମନ୍ତେ ଯାହା ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ତାହା ଯେମିତି ପୂରଣ ହେବ ସେଥିପାଇଁ ଦୃଷ୍ଟି ଦିଅନ୍ତୁ, ପୂର୍ବଦିନ ମାନଙ୍କରେ ଯୋଜନା ପ୍ରସ୍ତୁତ କରି ପରୀକ୍ଷା କଲେ ଲକ୍ଷ୍ୟଧାର୍ଯ୍ୟ ପୂରଣ ହୋଇପାରିବ । କମ୍ୟୁନିଟି କ୍ୟାଡର୍ କମିଟିକୁ ଚଳଚଞ୍ଚଳ କରି ସେମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାନ୍ତୁ । କୋଭିଡ୍ କେୟାର ହୋମ୍ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଚାଲୁ ରହିବ । ହୋମ୍ ଆଇସୋଲେସନ୍ ରୋଗୀଙ୍କ ସହ ସ୍ବାସ୍ଥ୍ୟ ଅଧିକାରୀ ଗଣ ଜୁମ୍ ମିଟିଂ କରି ତାଙ୍କ ଅବସ୍ଥା ବୁଝନ୍ତୁ । ସ୍ଥାନୀୟ ଷ୍ଟାଫ୍ ଙ୍କୁ ନେଇ ଟିମ୍ ଗଠନ କରି ସ୍ବାସ୍ଥ୍ୟ ଯାଂଚ୍ ସଂଗ୍ରହ ସହ ସଚେତନତା କାର୍ଯ୍ୟ କରାନ୍ତୁ । ମେଗା ହେଲଥ୍ ସ୍କ୍ରିନିଂ ସର୍ଭେ କରାଯିବ । ସ୍ବୟଂ ସହାୟିକା ଗୋଷ୍ଠୀରେ ଥିବା ଚଳଚଞ୍ଚଳ ଥିବା ସଭ୍ୟଙ୍କୁ କୋଭିଡ୍ ସଖୀ (covid friend) ଭାବେ ଗ୍ରହଣ କରି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ଦ୍ବାରା ସ୍ବାସ୍ଥ୍ୟ ଓ ସଚେତନତା କାର୍ଯ୍ୟ ପରିଚାଳନା କରାଯିବ । ଗର୍ଭବତୀ ମହିଳା ମାନଙ୍କର ସ୍ବତନ୍ତ୍ର ଭାବେ ପରୀକ୍ଷା କରାଯିବ । ମିନି କଣ୍ଟେନମେଣ୍ଟ ଅଞ୍ଚଳରେ ଭଲ କାର୍ଯ୍ୟ କରିବା ଯୋଗୁଁ ସଂକ୍ରମଣ ସଂଖ୍ୟା କମିଥିଲା । ବର୍ତ୍ତମାନ ଖୋଲାଯାଉଥିବା ଦୋକାନ ଗୁଡିକ ସାମାଜିକ ଦୂରତ୍ବ ପାଳନ କରୁନଥିବା ଦୃଷ୍ଟିକୁ ଆସୁଛି । ଏଣୁ ଚଢାଉ କରି ସଂପୃକ୍ତ ଦୋକାନକୁ ସାତ ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ପ୍ରତି ସୋମବାର ଅଣ୍ଡା ବିତରଣ ହେବ । ସେପ୍ଟେମ୍ବର ମାସ ରେ ଚାରି ମାସର ଜାତୀୟ ପେନସନ୍ ଯୋଜନା ଭତ୍ତା ଓ ମଧୁବାବୁ ପେନସନ୍ ଯୋଜନା ଭତ୍ତା ବଣ୍ଟନ କରାଯିବ । ସେପ୍ଟେମ୍ବର ମାସରେ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକରେ ବୃକ୍ଷରୋପଣ କାର୍ଯ୍ୟ କରାଯିବ । ଜିଲ୍ଲାର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଓ ବିଦ୍ୟାଳୟ ଗୁଡିକର ସଫେଇକାର୍ଯ୍ୟ ତ୍ବରାନ୍ବୀତ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟ୍ଟଓ୍ବାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଦିବ୍ୟ ଲୋଚନ ମହାନ୍ତ, ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ଆର୍ ଜଗଦୀଶ ପଟ୍ଟନାୟକ ଓ ଏନ୍. ଆର୍.ଏଚ୍.ଏମ୍. ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ୟାମସୁନ୍ଦର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here