ମୋ ପରିବାର ଜୀବନ ଵିନ୍ଦୁ ତରଫରୁ ବସ୍ତି ଅଞ୍ଚଳ ଗୁଡିକରେ ଚାରା ବଣ୍ଟନ

0
298

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ମୁଖ୍ୟମନ୍ତ୍ରୀଙ୍କ ଆହୂନ କ୍ରମେ ମୋ ପରିବାର ଜୀବନ ଵିନ୍ଦୁ ତରଫରୁ ବ୍ରହ୍ମପୁର ମାନ୍ୟବର ବିଧାୟକ ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ, ମୋ ପରିବାର ଜ଼ିଲ୍ଲା ସଂଯୋଜଗ ସୁବାସ ଚନ୍ଦ୍ର ମହାରଣା ତଥା ପୂର୍ବତନ ବିଧ୍ୟାୟକଙ୍କ ଉପସ୍ଥିତିରେ ଅଶୋକ ନଗର ପଡିଆ ସାହି, ନାୟକ ସାହି ଓ ଦଣ୍ଡ କାଳି ମନ୍ଦିର ପଡିଆ ସାହି ବାସିନ୍ଦା ମାନଙ୍କୁ ଚାରା ବଣ୍ଟନ କରାଯାଇଥିଲା l ଗୋଟିଏ ଗୋଟିଏ ଘରକୁ ତୋନୋଟି ଲେଖାଏ ଚାରା ଗଛ ପ୍ରଦାନ କରାଯାଇଥିଲା l ଯଥା ତୁଳସୀ ଗଛ, ଡାଳିମ୍ବ ଗଛ, ଅଁଳା ଗଛ ଦିଆ ଯାଇଥିଲା l ଏହି ଗଛ ଲଗାଇବା ଦ୍ୱାରା ପରିବେଶ ସ୍ୱଛତା ରହିବା ସହ ଔଷଧୀୟ ଜଳ ବାୟୁ ଲୋକ ମାନେ ପାଇପାରିବେ ବୋଲି ଉପସ୍ଥିତ ଥିବା ଅତିଥି ମାନେ କହିଥିଲେ l ଏହି ଚାରା ବଣ୍ଟନ କାଯ୍ୟକ୍ରମ ଆହୁରି ୩ ମାସ ପଯ୍ୟନ୍ତ ଚାଲୁରହିବ l ଆଜି ୩ଟି ସାହିରେ ପ୍ରାୟ ୧ ହଜାର ଚାରା ଗଛ ବଣ୍ଟନ କରାଯାଇଥିଲା l ଆଗକୁ ଆହୁରି ୧୦ ହଜାର ଚାରା ଗଛ ବାଣ୍ଟିବାର କାଯ୍ୟକ୍ରମ ରହିଛି ବୋଲି ମୋ ପରିବାରର ସଂଯୋଜଗ ଶ୍ରୀ ମହାରଣା ଗଣମlଧ୍ୟମ କହିଛନ୍ତି l ଅନୁଷ୍ଠିତ କାଯ୍ୟକ୍ରମରେ ସ୍ଥାନୀୟ ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା,ବ୍ରହ୍ମପୁର ଜ଼ିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦ ଗୌଡ଼, ଗଞ୍ଜାମ ଜ଼ିଲ୍ଲା ସଭାପତି ଧନଞ୍ଜୟ ରାଓ, ଏ ସନ୍ତୋଷ ପାତ୍ର,ବିଜୟ ସାମଲ, କୁମାର ସୁରଜ ମହାରଣା, ରାଜ୍ୟ ସାଧାରଣ ସମ୍ପାଦକ ଫାଇଜ ଖାନ, ପ୍ରଣୟ କୁମାର ପଟ୍ଟନାୟକ, ମନୋଜ କୁମାର ମହାପାତ୍ର, ଧିରେସ ମହାରଣା ପ୍ରମୁଖ ଉପସ୍ଥିତ ରହି ଚାରା ବଣ୍ଟନ କରିଥିଲେ l

LEAVE A REPLY

Please enter your comment!
Please enter your name here