ଜାତୀୟ ସ୍ବେଚ୍ଛାକୃତ ରକ୍ତଦାତା ଦିବସରେ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ଅଭିଯାନର ୧୪ଶ ରକ୍ତଦାନ ଶିବିର ଅନୁଷ୍ଠିତ।

0
756

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ): ଜାତୀୟ ସ୍ବେଚ୍ଛାକୃତ ରକ୍ତଦାତା ଦିବସ ଅବସରରେ ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ(ଗୁଣ୍ଠବନ୍ଧ), ମାରଓ୍ବାଡି ମହିଳା ସମିତି, ନେଚର ଲଭର୍ସ ଓଡିଶା ଓ ବକ୍ସିଂ ଓଡିଶାର ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସତ୍ୟ ନାରାୟଣ ବାଳକ ଛାତ୍ରାବାସର ଛାତ୍ରମାନେ ରକ୍ତ ଦାନ କରିଥିଲେ। ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ ଦୁର କରିବା ଏବଂ ସ୍ବେଚ୍ଛାକୃତ ରକ୍ତଦାତା ବୃଦ୍ଧି କରିବା ଉଦ୍ଦେଶ୍ୟରେ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ୧୪ତମ ରକ୍ତଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ନୂତନ ରକ୍ତଦାତା ସୃଷ୍ଟି କରିବା ଏବଂ ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତଦାନ କରିବେ। ସବୁଜ ବାହିନୀର ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ଅଭିଯାନର ସଂଯୋଜକ ସୁଶିଲ କୁମାର ଓ ସହ ସଂଯୋଜକ ସତ୍ୟ ନାରାୟଣ ଦାସଙ୍କ ସଂଯୋଜନାରେ ରକ୍ତ ଭଣ୍ଡାର ଡା.ରଶ୍ମିତା ପାଣିଗ୍ରାହୀ,ସସ୍ମିତା ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। ସମୁଦାୟ ୧୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଓ ୦୮ ଜଣ ନୂତନ ରକ୍ତ ଦାତା ପ୍ରଥମ ଥର ରକ୍ତ ଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ.ଦିଲ୍ଲୀପ କୁମାର, ବନମାଳୀ ପ୍ରଧାନ,ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସଂପାଦକ ବିଜେନ୍ଦ୍ର ମାଝୀ
ଓ ନେଚର୍ସ ଲଭର୍ସ ଓଡିଶାର ଆବାହକ ଶ୍ରୀନିବାସ ରାଜନଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜାତୀୟ ସ୍ବେଚ୍ଛାକୃତ ରକ୍ତଦାତା ଦିବସ ଅବସରରେ ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର ଆୟୋଜିତ କରି ରକ୍ତ ଅଭାବକୁ ଦୂରକରିବା ପ୍ରୟାସ ପାଇଁ ରକ୍ତ ଭଣ୍ଡାର ତରଫରୁ ଡା.ରଶ୍ମିତା ପାଣିଗ୍ରାହୀ ଓ ସସ୍ମିତା ବେହେରା ବ୍ରହ୍ମପୁର ସବୁଜ ବାହିନୀକୁ ମାନପତ୍ର ଓ ଉପଢୈ।କନ ଦେଇ ସମ୍ମାନିତ କରିଥିଲେ। ଏହି ପ୍ରୟାସ ଜରିଆରେ ଅଦ୍ୟାବଧି ମୋଟ ୨୧୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

LEAVE A REPLY

Please enter your comment!
Please enter your name here