ସ୍ୱାୟତ୍ତ ଶାସନ ଦିବସ ପାଳିତ

0
327

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ବିଶ୍ୱ ମହାମାରୀ ପାଇଁ ଚଳିତବର୍ଷ ସ୍ୱାୟତ୍ତ ଶାସନ ଦିବସ ପାଳନ ଫିକା ପଡ଼ିଛି।କରୋନା ସଂକ୍ରମଣକୁ ଦୃଷ୍ଟି ରେ ରଖି ଚଳିତ ବର୍ଷ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.ଜଗଦୀଶ ଷଡ଼ଙ୍ଗୀଙ୍କ ତତ୍ଵାବଧାନରେ କାର୍ଯ୍ୟାଳୟ ରେ ନିରାଡ଼ାମ୍ବର ଭାବେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଗଂଜାମ ଜିଲ୍ଲା ଏଡିଏମ୍ ତଥା ପିଡି ଡୁଡା ସୁଦାମ ଚରଣ ମଣ୍ଡଳ ଜାତୀୟ ପତକା ଉତ୍ତୋଳନ କରି ଥିବା ବେଳେ କାର୍ଯ୍ୟକ୍ରମ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ମଧ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। କରୋନା ଲଢ଼େଇ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସହଯୋଗକୁ ପ୍ରଶଂସା କରିବା ସହ କାର୍ଯ୍ୟ କ୍ଷେତ୍ର ରେ ସୁରକ୍ଷିତ ରହି କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଥିଲେ। ଏଭଳି ଘଡିସନ୍ଧି ମୁହୂର୍ତ୍ତ ରେ ଲୋକଙ୍କୁ ଅହରହ ସେବା ଯୋଗାଇ ଦେଇ ଆସୁଥିବା ସଫେଇ କର୍ମଚାରୀ ମାନଙ୍କ କାର୍ଯ୍ୟ କୁ ଉଚ୍ଚ ପ୍ରଶଂସା କରିବା ସହ ସେହି ମାନଙ୍କୁ ୟୁନିଫର୍ମ ପ୍ରଦାନ କରିଥିଲେ। ସହର କୁ ପ୍ଲାଷ୍ଟିକ ମୁକ୍ତ କରିବା ସହ ସହରାଞ୍ଚଳ ରେ ବନୀକରଣ କୁ ଗୁରୁତ୍ଵ ଦେଇ ପୌରଞ୍ଚଳର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ସହ ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ସ୍ଥାନରେ ନିର୍ମାଣ ହୋଇଥିବା ପରିସ୍ରାଗାରକୁ କାର୍ଯ୍ୟକ୍ଷମ କରିବା ସହ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମକୁ ପୌର ପରିଷଦର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାସ, ଦିଲ୍ଲୀପ କୁମାର ମିଶ୍ର, କର୍ମଚାରୀ ଅଭିରାମ ସାହୁ, କିଷାନ କୁମାର ପାତ୍ର, କୈଳାଶ ଚନ୍ଦ୍ର ସାବତ, ଅଶ୍ୱିନ କୁମାର ନାୟକ,ଏଲ୍ ମୋହନ ଆଚାରୀ, ବିବେକାନନ୍ଦ ମହାପାତ୍ର, ସୁବାଷ ପଟ୍ଟନାୟକ ପ୍ରମୁଖ ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here