ରଘୁନାଥ ଜୀଉଙ୍କ ନଗର ପରିକ୍ରମା

0
305

ହିଞ୍ଜିଳିକାଟୁ(ହିମାଂଶୁ ବେହେରା)ଓଡ଼ଗାଁର ପ୍ରସିଦ୍ଧ ରଘୁନାଥ ଜୀଉ ରବିବାର ଦିନ ହିଞ୍ଜିଳିରେ ନଗର ପରିକ୍ରମା କରିଛନ୍ତି। ଉତ୍ତମ ଚାଷ ଓ ଚାଷୀ ମାନଙ୍କ ମଙ୍ଗଳ କାମନା ଉଦ୍ଧେଶ୍ୟରେ ପ୍ରତିବର୍ଷ ରଘୁନାଥ ଜୀଉଙ୍କ ଆଜ୍ଞାମାଳ ଅଣାଯାଇ ହିଞ୍ଜିଳିରେ ନଗର ପରିକ୍ରମା କରାଯାଇଥାଏ। ସାହି ସାହିରେ ପଂକ୍ତି ଭୋଗ ବାଢି ରଘୁନାଥଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହାପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ନେଇ ବିଭିନ୍ନ ଚାଷ ଜମିରେ ଉତ୍ତମ ଫସଲ ପାଇଁ ବିଶେଷ ଭାବରେ ପୂଜା କରାଯାଏ। ଆମ ଅଞ୍ଚଳର ତଥା ଦେଶର ଚାଷିକୂଳର ମଙ୍ଗଳ ପାଇଁ ସମସ୍ତେ ପ୍ରାର୍ଥନା କରିଥାନ୍ତି। ପୁରୋହିତ ଦିବ୍ୟସିଂହ ପାଢ଼ୀ ବୈଦିକ ରୀତିରେ ପୂଜାର୍ଚ୍ଚନା କରିବା ସହ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଅଧ୍ୟାପକ ରମେଶ ଚନ୍ଦ୍ର ଚୌଧୁରୀ, ରମେଶ ଚନ୍ଦ୍ର ପଣ୍ଡା, ଅମରେଶ ପାଢ଼ୀ, ଦୁର୍ଗାମାଧବ ପଣ୍ଡା, ମାଧବ ସାବତ, ପପୁ ସାବତ, ଅମରେଶ ଚୌଧୁରୀ, ଗୌରହରି ସାମନ୍ତରା, ମାଧବ ଗୌଡ଼ ପ୍ରମୂଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here