ଜମି ଓ ଜଙ୍ଗଲ ଉପରେ ଅଧିକାର ଓ ଗୃହହୀନଙ୍କୁ ଗୃହ ଦାବିରେ କିଷାନ ମଜଦୁର ସଭାର ଧରାକୋଟ ବ୍ଲକ କାର୍ଯ୍ୟଳୟ ସମୁଖରେ ଗଣ ବିକ୍ଷୋଭ

0
205

ଗଞ୍ଜାମ:ଭୂମିହୀନଙ୍କୁ ଜମି ତଥା ଘରଡିହ ପଟା, ଜଙ୍ଗଲ ଅଧିକାର ଆଇନ ଅନୁଯାଇ ଆଦିବାସୀଙ୍କୁ ଜଂଗଲଜମି ପଟା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବଣ୍ଟନ ପ୍ରକ୍ରିୟାରେ ଅନିୟମିତତା ଯୋଗୁଁ ବାଦ ପଡିଥିବା ସମସ୍ତ ଗରିବ ଲୋକଙ୍କୁ ସାମିଲ କରିବା ଓ ୬୦ ବର୍ଷ ରୁ ଉର୍ଦ୍ଧ ସମସ୍ତ ବୃଦ୍ଧ, ବୃଦ୍ଧା ଏବଂ ବିଧବାଙ୍କୁ ତୁରନ୍ତ ପେନସନ୍ ପ୍ରଦାନ କରାଯିବା ତଥା ପେନସନ ରାଶିକୁ ବ୍ୟାଙ୍କ ଖାତା ବଦଳରେ ପୂର୍ବ ପରି ନଗଦ ପ୍ରଦାନ କରିବା, ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଥିବା ସମସ୍ତ ଗରିବ ଲୋକଙ୍କୁ ତୁରନ୍ତ ସାମିଲ କରିବା ତଥା ପାନୀୟ ଜଳ ପାଇବାରୁ ବଞ୍ଚିତ ଥିବ ଗ୍ରାମଗୁଡିକୁ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇଦେବା ଦାବିରେ ଅଖିଳ ଭାରତ କିଷାନ ମଜଦୁର ପକ୍ଷରୁ ଆଜି ଧରାକୋଟ ପଞ୍ଚାୟତ ସମିତି ସମ୍ମୁଖରେ ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ମେଡିକାଲ ଠାରୁ ଶହ ଶହ ଗରିବ ଲୋକ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।
ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ଶେଷରେ ସଂଗଠନ ପକ୍ଷରୁ ନଅ ଦଫା ଦାବୀ ଥିବ ଏକ ସ୍ମାରକପତ୍ର ଉପସ୍ଥିତ ବିଡ଼ିଓ ଓ ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା ।
ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ରୂପେ ଏଆଇକେଏମଏସର ଜାତୀୟ ସମ୍ପାଦକ କମ୍ରେଡ ଭାଲଚନ୍ଦ୍ର ଷଡଙ୍ଗୀ, ବ୍ଲକ ସଭାପତି ନରସିଂହ ଦଳବେହେରା, ସମ୍ପାଦକ ରବି ଗମାଙ୍ଗ, ବ୍ଲକ କମିଟି ସଭ୍ୟ ଅର୍ଜୁନ ଗମାଙ୍ଗ, ଦୟାନିଧି ସେଠୀ, ଅରକ୍ଷିତ ଗମାଙ୍ଗ, କଞ୍ଜା ଗମାଙ୍ଗ, ସଞ୍ଜୟ ଗମାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ l
ଶେଷରେ ବିଡ଼ିଓ ଏବଂ ତହସିଲଦାର ବିକ୍ଷୋଭ ସ୍ଥଳକୁ ଆସି ସର୍ବ ସମସ୍ତ ସମୁଖରେ ଏକ ସପ୍ତାହ ମଧ୍ୟରେ ଅଭିଯୋଗ ଥିବା ସମସ୍ତ ଦାବିଗୁଡିକ ସଂଗଠନର ନେତୃତ୍ୱଙ୍କ ସହିତ ଆଲୋଚନା କରି ପୂରଣ କରିବା ପାଇଁ ପ୍ରତିଶୃତି ଦେବା ପରେ ବିକ୍ଷୋଭ ସମାପ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here