ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ୱାୟତ ଶାସନ ଦିବସରେ ବୁଗୁଡା ଏନଏସିର ଦୁଇଟି ପ୍ରକଳ୍ପ ଲୋକାର୍ପିତ

0
319

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ଦୁଇଟି ପ୍ରକଳ୍ପକୁ ସ୍ୱାୟତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରସିଙ୍ଗ ଜରୀଆରେ ଲୋକାର୍ପିତ କରିଥିବା ବେଳେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଉପସ୍ଥିତ ଥିଲେ। ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ଓ ମେଟାଲ ରିକଭରି ଫେସିଲିଟ ପ୍ଲାଣ୍ଟ ଦୁଇଟି ଲୋକାର୍ପିତ ହେବା ଦ୍ୱାରା ସହରର ପରିମଳ ବ୍ୟବସ୍ଥା ଆଧୁନିକ ପ୍ରଣାଳୀରେ କାର୍ଯ୍ୟକାରୀ ହେବା ସହ ଚାଷୀମାନେ ପ୍ରାକୃତିକ ସାର ପାଇ ପାରିବେ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ସେହିପରି ଆଜି ସ୍ୱାୟତ ଶାସନ ଦିବସ ଉପଲକ୍ଷେ ଏନଏସି କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here