ମୁର୍ମୂଷ ବୃଦ୍ଧଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଲେ ସମାଜସେବୀ

0
404

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ସ୍ଥାନୀୟ ବଇଞ୍ଚବଣିଆ ଛକ ବିଶ୍ରାମଗାର ନିକଟରେ ଜଣେ ଅସହାୟ ବୃଦ୍ଧ ଦୁଇ ଦିନ ହେଲା ମୁର୍ମୂଷ ଅବସ୍ଥାରେ ପଡ଼ିଥିଲେ। ଖବର ପାଇଁ ଅଞ୍ଚଳର କିଛି ସମାଜସେବୀ ଏବଂ ସାମ୍ବାଦିକ ମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବ୍ୟୁଲାନ୍ସ ଯୋଗେ ସ୍ଥାନୀୟ ହିଞ୍ଜିଳିକାଟୁ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସମାଜସେବୀ କିରଣ କୁମାର ପଟ୍ଟନାୟକ, ଆକାଶ ପଟ୍ଟନାୟକ, ସଂସ୍କାର ପଟ୍ଟନାୟକ, ହିମାଂଶୁ ବେହେରା ଏବଂ ଷ୍ଟୁଡେଣ୍ଟସ୍ ଫର ସୋସାଇଟିର କିଛି କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ପଠାଇଥିଲେ। ପରେ ସ୍ଥାନୀୟ ଥାନାଧିକାରୀ ଅଭିମନ୍ୟୁ ଦାଶ ମେଡିକାଲରେ ପହଞ୍ଚି ତାଙ୍କ ଘର ଲୋକଙ୍କ ସହ ସମ୍ପର୍କ କରିବାକୁ ଉଦ୍ୟମ କରିଥିଲେ।

LEAVE A REPLY

Please enter your comment!
Please enter your name here