ସଂଘର୍ଷମୁକ୍ତ ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ହେବ ସେଥିନିମନ୍ତେ ଜିଲ୍ଲାପାଳଙ୍କ ଗୁରୁତ୍ବ

0
297

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) ଆସନ୍ତା ବର୍ଷ ଜାନୁୟାରୀ ମାସ ଶେଷଠାରୁ ମାର୍ଚ୍ଚ ୩୧ ମଧ୍ୟରେ ଚାଷୀ ମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ । ଏହାକୁ ଦୃଷ୍ଟିରେ ରଖି ଚାଷୀ ଯେପରି ସଂଘର୍ଷମୁକ୍ତ ହୋଇ ଧାନ ବିକ୍ରୟ କରିପାରିବେ ସେ ଦିଗରେ ସମସ୍ତ ଚୂଡାନ୍ତ ପ୍ରକ୍ରିୟା କରିବାକୁ ଗଞ୍ଜାମ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଛନ୍ତି । ଧାନ ସଂଗ୍ରହ ପ୍ରକ୍ରିୟାରେ ଯେପରି କୌଣସି ତୃଟି ରହିବନି ଏବଂ କୌଣସି ସମସ୍ୟା ଦେଖାଯିବ ନାହିଁ ସେ ଦିଗରେ ସଜାଗ ହେବାକୁ ସମସ୍ତ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଆଜି ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି ।
ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କର ପଞ୍ଜିକରଣ କାର୍ଯ୍ୟକୁ ତ୍ବରାନ୍ବୀତ କରିବାକୁ କହିଥିଲେ । ବିଗତ ବର୍ଷ ଖରିଫ୍ ଧାନ ନିମନ୍ତେ ଜିଲ୍ଲାର ୧ଲକ୍ଷ ୩୪ ହଜାର ୪୬୨ ଜଣ ଚାଷୀ ପଞ୍ଜିକରଣ କରିଥିଲେ । ଚଳିତ ବର୍ଷର ଖରିଫ୍ ଧାନ ନିମନ୍ତେ ଏ ଯାବତ୍ ୧ଲକ୍ଷ ୦୩ ହଜାର ୯୦୯ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଯାହାକି ଶତକଡା ୭୭ ପ୍ରତିଶତ । ଯେଉଁ ବ୍ଲକ୍ ରେ ପଞ୍ଜିକରଣ ସଂଖ୍ୟା କମିଯାଇଛି ୩ ଦିନ ମଧ୍ୟରେ ଶେଷ କରିବାକୁ କୁହାଯାଇଛି । ବଳକା ଥିବା ଚାଷୀ ମାନଙ୍କର ପଞ୍ଜିକରଣ ମିଶନ୍ ମୋଡ୍ ରେ କରନ୍ତୁ, କୌଣସି ଚାଷୀ ଯେମିତି ପଞ୍ଜିକରଣରୁ ବାଦ୍ ପଡିବେ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ ଜଣାଇଥିଲେ । କରୋନା ପରିସ୍ଥିତିରେ କୃଷିକାର୍ଯ୍ୟକୁ ବାଦ୍ ଦେଇ ସବୁ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ତେଣୁ ଏଥିପ୍ରତି ଗୁରୁତ୍ବ ଦିଅନ୍ତୁ । ଧାନ ସଂଗ୍ରହ ପ୍ରକ୍ରିୟା ବେଳେ ସାମାଜିକ ଦୂରତ୍ବ ଯେପରି ବଜାୟ ରହିବ ସେ ଦିଗରେ ସଜାଗ ରହିବାକୁ କହିଥିଲେ । ସୋସିଆଲ୍ ମିଡିଆ ମାଧ୍ୟମରେ ବହୁଳ ପ୍ରଚାର ପ୍ରସାରକୁ ଗୁରୁତ୍ବ ଦେବାପାଇଁ ଜିଲ୍ଲାପାଳ ଜଣାଇଥିଲେ ।
ଭିଡିଓ କନଫରେନ୍ସିଂରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଯୋଗାଣ ଅଧିକାରୀ ପୁଷା ମୁଣ୍ଡା, ସମବାୟ ଉପନିବନ୍ଧକ ବ୍ରହ୍ମପୁର ଡିଭିଜନ୍ ବିଶ୍ବରଞ୍ଜନ ଦାଶ, ଏ. ଆର୍.ସି.ଏସ୍. ସୁକାନ୍ତ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here