କୁଲାଡ଼ ନିକଟରେ ବାଇକ ଦୁର୍ଘଟଣା ଘଟି ଜଣେ ଆହତ

0
522

ଭଞ୍ଜନଗର(ନିଲୁ ବିଷୋୟୀ)ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ନିକଟସ୍ଥ କୋଟିବରାଡ଼ି ଗ୍ରାମ ଛକ ଠାରେ ବାଇକ ଦୁର୍ଘଟଣା ଘଟି ଜିଲୁ ଗୌଡ଼( ୨୫) ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୫ଟା ରେ ଜିଲୁ ଓ ତାର ସାଙ୍ଗ ଶିବ ଭଞ୍ଜନଗର ରୁ ଗାଲେରି ଅଭିମୁଖେ ଆସୁଥିବା ବେଳେ କୋଟିବରାଡ଼ି ଗ୍ରାମ ନିକଟରେ ଥିବା ଏକ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ବ୍ରିଜକୁ ଧକ୍କା ଦେଇଥିଲେ। ଫଳରେ ଏହି ଦୁର୍ଘଟଣା ଜିଲୁ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଗ୍ରାମବାସୀ ଏକ ଅଟୋ ଯୋଗେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରାଇଥିଲେ।

LEAVE A REPLY

Please enter your comment!
Please enter your name here