ଦିଗପହଣ୍ଡିରେ ସ୍କାଏ ଇ ମୋଟର୍ସର ନୂତନ ଶାଖା ଉଦଘାଟନ ଉତ୍ସବରେ ଯୋଗଦେଲେ ଓଡ଼ିଆ ଅଭିନେତ୍ରୀ ଶୀତଲ

0
1282

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ରବିବାର ଦିନ ସ୍କାଏ ଇ ମୋଟର୍ସ ( ବ୍ୟାଟେରୀ ଚାଳିତ ବାଇକ୍ ) ର ନୂତନ ଶାଖା ଉଦଘାଟିତ ହୋଇଯାଇଛି । ପ୍ରାଞ୍ଚାଇଜ ଆନନ୍ଦ ଇ ଭି ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବରେ ଓଡ଼ିଆ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ ଶୀତଲ ମହାପାତ୍ର ଯୋଗଦେଇ ଉଦଘାଟନ କରିବା ସହ ଉପସ୍ଥିତ ପ୍ରଶଂସକଙ୍କ ସହ ସେଲଫିର ମଜା ନେଇଥିବା ଖୁବ୍ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିସହ ମୁଖ୍ୟ ଅତିଥିଭାବେ କମ୍ପାନୀ (ସି ଏମ୍ ଡି) ଆର୍ . ଲାଲୀ ଆଚାରୀ , ସମ୍ମାନୀତ ଅତିଥି ରୂପେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା , କାଉନସିଲର ଦୀପକ ମିଶ୍ର , ସିନିୟର୍ ମ୍ୟାନେଜର ଗୋପାଳ ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅଭିନେତ୍ରୀ ଶୀତଲଙ୍କୁ ଦେଖିବା ପାଇଁ ଯୁବତୀ ଓ ମହିଳାଙ୍କ ମଧ୍ୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିବା ବେଳେ ପ୍ରଥମ ଥର ପାଇଁ ଦିଗପହଣ୍ଡି ଆସିଥିବାରୁ ବହୁତ ଖୁସି ଲାଗୁଥିବା ପ୍ରକାଶ କରିଥିଲେ । ଶାଖା ମାଲିକ ଇପାରୀ. ସୁରେଶ ଶେଷରେ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ ଜଣାଇଥିବା ବେଳେ ଭି . ବଚନ ରାଜୁ ସମେତ ଅନ୍ୟ କର୍ମକର୍ତ୍ତା ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here