ସାମ୍ବାଦିକ ଓ ବୁଦ୍ଧିଜୀବି ମାନଙ୍କ ଗୁରୁତ୍ୟପୂର୍ଣ ବୈଠକ

0
378

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ)ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳ ରେ କାର୍ଯ୍ୟରତ ୱେବ ମିଡ଼ିଆ ସାମ୍ବାଦିକ ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଅର୍ଣ୍ଣପୁର୍ଣା କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ସାମ୍ବାଦିକ ନିରାକାର ସାହୁ ଙ୍କ ପୌରହିତ ରେ ଅନୁଷ୍ଠିତ ହୋଇ ଯାଇଛି। ସାମ୍ବାଦିକ ପବିତ୍ର କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ସାମ୍ବାଦିକ ନିରାକାର ସାହୁ ,ବ୍ରାହ୍ମଣ ସୁରକ୍ଷା ଚାରିଟେବୁଲ ଟ୍ରଷ୍ଟ ତରଫରୁ “ଦେବଦୂତ ସମ୍ମାନ” ପାଇ ଥିବା ରୁ ଅଭିନନ୍ଦନ ଜଣାଇଥିଲେ।
ଉକ୍ତ ବୈଠକରେ ମୁଖ୍ୟ ଅତିଥି ରୂପେ ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ବିପ୍ର ଚରଣ ବାରିକ ଯୋଗ ଦେଇ ନିଜ ବକ୍ତବ୍ୟ ରେ କହିଥିଲେ ଯେ, ସାମ୍ବାଦିକ ମାନେ ସର୍ବଦା ସମାଜ କଲ୍ୟାଣ ପାଇଁ କର୍ତ୍ତବ୍ୟ କରନ୍ତୁ, ସମାଜ ରେ ଗରିବ,ଅସହାୟ ଵ୍ୟକ୍ତି ମାନଙ୍କ ସେବା କରନ୍ତୁ,ଓ ସେମାନଙ୍କ ସମସ୍ୟା ପ୍ରଶାସନ ନଜରକୁ ଆଣନ୍ତୁ।
ବର୍ତ୍ତମାନ ସମୟ ରେ ୱେବ ମିଡ଼ିଆ ତୁରନ୍ତ ଖବର ପ୍ରସାରଣ କରୁଛି।ସେହିପରି ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସଂଘ ର ସାମ୍ବାଦିକ ମାନେ ସଠିକ ଖବର ପ୍ରସାରଣ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ।ସମ୍ମାନୀତ ଅତିଥି ରୂପେ ବ୍ଲକ ଅଧକ୍ଷା ପ୍ରତିନିଧି ଅନାଦି ବେହେରା,ବୁଡୁରୁଙ୍ଗୁ ସରପଞ୍ଚ ଧ୍ରୁବସେନା ବେହେରା, ଅଳସୁ ସରପଞ୍ଚ ହୃଷିକେଶ ନାୟକ, କାଦୁଆ ସରପଞ୍ଚ ବିଚିତ୍ର ନାଇକ, ବିଡିପୁର ସମିତିସଭ୍ୟ ଅମୀର କୁମାର ସ୍ୱାଇଁ,ଜିରାବାଡି ସରପଞ୍ଚ ପ୍ରତିନିଧି ଉପେନ୍ଦ୍ର ବେହେରା,ଝାଡ଼ାଭୂମି ନାୟବସରପଞ୍ଚ ଅନୁପ ଭୂୟାଁ,ଯୋଗ ଦେଇ କହିଥିଲେ ଯେ ସାମ୍ବାଦିକ ମାନେ ଏକଜୁଟ ହୋଇ ସମାଜର ମଂଗଳ କରନ୍ତୁ ଓ ଆମେ ତାଙ୍କ ସହ ରହିଛୁ। ୱେବ ମିଡ଼ିଆ ର ଲୋଗୋ କୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବାରିକ ଉନ୍ମୋଚନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ସାମ୍ବାଦିକ ମାନଙ୍କ 3ୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସାମ୍ବାଦିକ ମାନଙ୍କ ସୁରକ୍ଷା, ଏକତା, ଓ ସମାଜ ର କଲ୍ୟାଣ ପାଇଁ ସମସ୍ତେ ଏକଜୁଟ ହୋଇ କାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ୟୁନିୟନ ର ସୁପରିଚାଳନା ପାଇଁ ନୂତନ କର୍ମକର୍ତ୍ତା ସର୍ଵସମ୍ମତି ରେ ଚୟନ କରାଯାଇଥିଲା । ସଭାପତି ରୂପେ ନିରାକାର ସାହୁ ଚୟନ ହୋଇଥିଲେ, ଓ ସେହିପରି ଉପସଭାପତି ରୂପେ ସନ୍ତୋଷ କୁମାର ଜେନା, ସମ୍ପାଦକ ରୂପେ ମନୋଜ କୁମାର ଗୌଡ଼, ସହ-ସମ୍ପାଦକ ରୂପେ ଜଗନ୍ନାଥ ପ୍ରଧାନ,କୋଷାଧ୍ୟକ୍ଷ ରୂପେ ଗିରିଶ ସାହୁ,ମୁଖ୍ୟ ସଂଗଠକ ରୂପେ ପବିତ୍ର କୁମାର ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ ରୂପେ ପ୍ରିୟବ୍ରତ ନାୟକ, ଆଶିଷ କୁମାର ଗୌଡ଼, ସୂର୍ଯ୍ୟ ନାରାୟଣ ପଣ୍ଡା,ଓ ଲଷ୍ମୀ ନାରାୟଣ ବେହେରା ପ୍ରମୁଖ ଚୟନ ହୋଇଥିଲେ।ଏହି ବୈଠକରେ ରେ ମଧ୍ୟ ସାମ୍ବାଦିକ ଉଦିତ ନାରାୟଣ ଦାସ,ନିଲୁ ବିଶୋଇ, ବଂଶୀଧର ପଟ୍ଟନାୟକ ଯୋଗ ଦେଇଥିଲେ।ଶେଷରେ ସାମ୍ବାଦିକ ସୂର୍ଯ୍ୟନାରାୟଣ ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here