ବାଲି ଖନନ ଅଞ୍ଚଳ ବୁଲି ଦେଖିଲେ ବିଜେପି ପ୍ରତିନିଧି ଦଳ

0
301

ହିଞ୍ଜିଳିକାଟୁ(ହିମାଂଶୁ ବେହେରା)ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ କୋଳିଦାସ ପୁର ଗ୍ରାମ ରେ ବାଲି ଚୋରା ଚାଲାଣ କୁ କେନ୍ଦ୍ର କରି କିଛି ଗାଡି ପୋଡି ହୋଇ ଥିଲା ଓ ଗାଡି ପୋଡି ଘଟଣା ସନ୍ଧେହ ରେ ଗ୍ରାମ ର କିଛି ବ୍ୟକ୍ତି ଙ୍କୁ ପୋଲିସ ଅଟକ ରଖିଥିଲା ଏହାର ପ୍ରତିବାଦ କରି ଗ୍ରାମବାସୀ ଥାନା ଘେରାଉ ଓ ପୁଲିସର ଲାଠିଚାର୍ଜ ଘଟଣା ସାରା ରାଜ୍ୟରେ ହଇଚଇ ହୋଇଥିଲା l ଏହି ଘଟଣା କୁ ନେଇ ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ର ଙ୍କ ନେତୃତ୍ୱରେ ଏକ 5 ଜଣିଆ ପ୍ରତିନିଧି ଦଳ କୋଳିଦାସ ପୁର ଗ୍ରାମ ଗସ୍ତ କରି ବାଲି ଖନନ ହେଉଥିବା ଅଞ୍ଚଳ ପରିଦର୍ଶନ କରିଥିଲେ l ପରେ ପ୍ରତିନିଧି ମଣ୍ଡଳ ଗ୍ରାମ କୁ ଯାଇ ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିଥିଲେ l ଏହି ଗସ୍ତ ସମୟ ରେ ଆସ୍କା ଲୋକସଭା ପ୍ରାର୍ଥୀନୀ ଅନିତା ଶୁଭଦର୍ଶନୀ ପଟ୍ଟନାୟକ, ଘୁମୁସର ଜିଲ୍ଲା ପ୍ରଭାରୀ ସୁରଥ ବିଶ୍ୱାଳ, ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ରାଜ୍ୟ କାର୍ଯ୍ୟକାରିଣୀ ଶିଶିର ମିଶ୍ର ପ୍ରମୁଖ ଙ୍କ ସମତେ ବିଜୟ ସ୍ୱାଇଁ, ପ୍ରମୋଦ ପଣ୍ଡା, ନୀଳ ବିଷୋୟୀ, ଅନିଲ ପଣ୍ଡା, ବିଧାୟକ ପ୍ରାର୍ଥୀ ରଞ୍ଜନ ପୋଲାଇ, ଲିଟୁନ ଦାସ, ନଗର ବିଜେପି ସଭାପତି ମାଧବ ଗୌଡ଼, ପୂର୍ଵତନ ସାଧାରଣ ସମ୍ପାଦକ ଆକାଶ ପଟ୍ଟନାୟକ, ସନ୍ତୋଷ ପାଢ଼ୀ ପ୍ରମୁଖ ସାମିଲ ହୋଇଥିଲେ l ପରେ ପ୍ରତିନିଧି ମଣ୍ଡଳ ଛତ୍ରପୁର ଯାଇ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିଥିବା ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here