ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଭଞ୍ଜ ଜୟନ୍ତୀ ପାଳନ

0
324

ଭଞ୍ଜନଗର(ନିଲୁ ବିଷୋୟୀ) ସମ୍ବାଦ ସାହିତ୍ୟ ଘର ତରଫରୁ ପଞ୍ଚ ଦିନ ବ୍ୟାପି ଭଞ୍ଜ ଜୟନ୍ତୀ ର ତୃତୀୟ ଦିବସ ସାବିତ୍ରୀ ମହିଳା ମହାବିଦ୍ୟାଳୟ, ଭଞ୍ଜନଗର ଠାରେ ସଭାପତି କୃତିବାସ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଲେଜର ନୂତନ ଅଧ୍ୟକ୍ଷା କେ.ଭବାନୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାରର ଏହି ଅଭିନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଉପସଭାପତି ନେତାଜୀ ବିଷୋୟୀ,ଦୁଇ ଉପଦେଷ୍ଟା ମନୁନନ୍ଦ ପତି ଏବଂ ଶୂଳପାଣୀ ଶତପଥୀ , କୋଷାଧ୍ୟକ୍ଷ ତ୍ରିନାଥ ବେହେରା ପ୍ରମୁଖ ମଞ୍ଚାସୀନ ରହି ଛାତ୍ରୀମୀନଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟିକ କୃତି, ଜନ୍ମ ବୃତ୍ତାନ୍ତ ଆଦି ମନୋଜ୍ଞ ଭାବରେ ବର୍ଣ୍ଣନା କରି ବର୍ତ୍ତମାନର ଯୁବ ପୀଢ଼ିଙ୍କ ମାନସରେ ଭଞ୍ଜଙ୍କୁ ଅଧିକ ଜାଣିବା ପାଇଁ ନାନା ଉଦାହରଣ ଦେଇ ବ୍ୟାଖ୍ୟା କରିଥଲେ। ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଦୁର୍ଗାମାଧବ ଦାଶ, ଅଶୋକ କୁମାର ସ୍ବାଇଁ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ଶେଷରେ ସଂଗଠନ ସଂପାଦକ ବିଶ୍ବମ୍ବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପିକା ଉର୍ମିଳା ପାଟ୍ଟଯୋଶୀ ଙ୍କ ସମେତ ସମସ୍ତ କଲେଜ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ବହୁ ସଂଖ୍ୟାରେ କଲେଜ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କୁ ଜାଣିବା ସହ ଖୁସି ବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here