ନିମଖଣ୍ଡି ଥାନାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
600

ବ୍ରହ୍ମପୁର:ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ନୂତନ ୨୯ ଥାନାକୁ ଆବାସି ମାଧ୍ୟମରେ ଉଦଘାଟନ କରିଛନ୍ତି । ସେଥିମଧ୍ୟରେ ବ୍ରହ୍ମପୁର ପୁଲିସ ଜିଲ୍ଲାର ନିମଖଣ୍ଡି ଥାନା ରହିଛି । ବ୍ରହ୍ମପୁର ଭାପୁର ବଜାର ସ୍ଥିତ ପୁରୁଣା ମହିଳା ଥାନା କୋଠାରେ ଅସ୍ଥାୟୀ ଭାବେ ଏହି ନିମଖଣ୍ଡି ଥାନା ପରିଚାଳନା ହେବ । ନିମଖଣ୍ଡି ଥାନା ଉଦଘାଟନ ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ,ଡେପୁଟି ମେୟର ଇ. ବିବେକ୍ ରେଡ଼ି, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଦକ୍ଷିଣାଅଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ,ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ୍,ଗଞ୍ଜାମ ପିଡ଼ି ଭି. କୀର୍ତ୍ତି ଭାର୍ସନ,ମହାନଗର ନିଗମ କମିଶନର ଜେ.ସୋନାଲ୍ ଙ୍କ ,କୁକୁଡ଼ାଖଣ୍ଡି ବିଡ଼ିଓ ପଲ୍ଲବୀ ସ୍ୱାଇଁ, ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀ, ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।ନୂତନ ଭାବେ ଉଦଘାଟନ ହୋଇଥିବା ନିମଖଣ୍ଡି ଥାନାର ଥାନା ଅଧିକାରୀ ଭାବେ ଭାବାନନ୍ଦ ପ୍ରଧାନଙ୍କୁ ବ୍ରହ୍ମପୁର ଏସପି ଶ୍ରୀ ବିବେକ ଏମ୍ ଦାଇତ୍ୱ ପ୍ରଦାନ କରିଛନ୍ତି । ବର୍ତ୍ତମାନ ଏହି ଥାନାରେ ଦୁଇ ଜଣ ଏସଆଇ,ଦୁଇ ଜଣ ଏଏସଆଇ,୮ଜଣ କନେଷ୍ଟବଳକୁ ନିଯୁକ୍ତି ଦିଆଯାଇଛି । ଅନ୍ୟପଟେ ନିମଖଣ୍ଡି ଥାନାର ସ୍ଥାୟୀ କୋଠା ପାଇଁ ଜମି ଚିଂହ୍ନଟ ହୋଇସାରିଛି । ପ୍ରାୟ ଦେଢ଼ବର୍ଷ ପରେ ସେଠାକୁ ସ୍ଥାନାନ୍ତର ହେବ ବୋଲି ଆଇଜି ଶ୍ରୀ ସତ୍ୟବ୍ରତ ଭୋଇ କହିଛନ୍ତି ।ବର୍ତ୍ତମାନ ନିମଖଣ୍ଡି ଥାନା ଅଧୀନରେ ଜଗଦଳପୁର,ନିମଖଣ୍ଡି,ଲୋଚାପଡା,ଭାବିନିପୁର,ବୋରିଗାଁ,ସାତକୁଟୁଣି,ଗୁରୁଣ୍ଠି, ହୁଗୁଲାପଟା,ଫୁଲଟା,ଆଦି ୯ଟି ପଞ୍ଚାୟତ ରହିବ । ସେହିପରି ବ୍ରହ୍ମପୁର ସହରର ମଧ୍ୟରେ ଥିବା ଶକ୍ତି ନଗର,ବ୍ରଜ ନଗର, ଗୋବିନ୍ଦବିହାର,ବିଜୟ ବିହାର, ଳକାପୁରୀ,ନିଳାଞ୍ଚଳ ନଗର ଓ ଅଧା ସିଦ୍ଧାର୍ଥ ନଗର ରହିଥିବା ଜଣାପଡିଛି ।ଆଜିର ଏହି ଉଦଘାଟନୀ ସମାରୋହରେ ବ୍ରହ୍ମପୁର ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠି,ଅସିନ କୁମାର ପଣ୍ଡା,ଡିଏସପି ସନ୍ତୋସିନୀ ଓରାମ,ଆଲମା ଲାକରା, ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର,ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ,ଗୋପାଳପୁର ଥାନା ଅଧିକାରୀ ଶାରଦା ପ୍ରସନ୍ନ ଦାଶ, ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ,ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି,ମହିଳା ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳ,ନିମଖଣ୍ଡି ଥାନା ଏସଆଇ ଜ୍ୟୋତି ରଞ୍ଜନ ବେହେରା, ରଶ୍ମିତା ସାମଲଙ୍କ ସମେତ ଥାନାର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।ଅନ୍ୟମାନଙ୍କ ମଧ୍ୟରେ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପାତ୍ର,ଉପାଧ୍ୟକ୍ଷା ବିଷ୍ଣୁ ପ୍ରିୟା ପାତ୍ର,ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ,ଜଗଦଳପୁର ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ,ସମିତି ସଭ୍ୟ ବି.ରବୀନ୍ଦ୍ର ପାତ୍ର,ଲୁଚାପଡା ସମିତି ସଭ୍ୟ ଚଣ୍ଡି ଚରଣ ସାହୁ,ବୋରିଗାଁ ସମିତି ସଭ୍ୟ ସନ୍ତୋଷ ସାହୁ,ହୁଗୁଳାପଟା ପୂର୍ବତନ ସରପଞ୍ଚ ପ୍ରଦୀପ ମାଲଣା,ଗୁରୁଣ୍ଠି ସରପଞ୍ଚ ମାଗତା ପାତ୍ର,ଗୁରୁଣ୍ଠି ସମିତି ସଭ୍ୟ ପ୍ରତିନିଧି କେ.ଶେଖର ଦାସ, ସାତଖୁଟୁଣୀ ସରପଞ୍ଚ ବାନୀ ଲେଙ୍କାଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here