ଭଞ୍ଜନଗର ସହାୟକ ଡ଼ାକ ଅଧୀକ୍ଷକଙ୍କ ଦ୍ଵାରା ଶୁଖିଲା ଖାଦ୍ୟ ଓ ସଫେଈ ସାମଗ୍ରୀ ବଣ୍ଟନ

0
363

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା /ନିଲୁ ବିଶୋଇ) : ଭଞ୍ଜନଗର ଡ଼ାକ ଉପଖଣ୍ଡ କାର୍ଯ୍ୟାଳୟ ତରଫରୁ ଭଂଜନଗର ବ୍ଲକ ଅଧୀନ ଲାଲସିଙ୍ଗ ପଞ୍ଚାୟତ ଅନ୍ତର୍ଗତ ହରିଜନ ବହୁଳ ଗାଁ ଲାଲସିଙ୍ଗପଲ୍ଲୀ ଓ ଆଦିବାସୀ ବହୁଳ ଗାଁ ରାଜକୁଣ୍ଡପଲ୍ଲୀରେ ବହୁତ ଗରିବ ପରିବାରକୁ ଶୁଖିଲା ଖାଦ୍ୟ ଓ ସଫେଈ ପ୍ରସାଧନ ସାମଗ୍ରୀ ବଣ୍ଟନ କରାଯାଈଛି ୲ ସଟ ଡାଉନକୁ ଦୃଷ୍ଟିରେ ରଖି ସକାଳ ୧୧ ଘଣ୍ଟିକା ସୁଧା ସହାୟକ ଡ଼ାକ ଅଧୀକ୍ଷକ ନକୁଳ ବେହେରାଙ୍କ ନେତୃତ୍ଵରେ ଭଂଜନଗର ପ୍ରଧାନ ଡ଼ାକପାଳ ନିତ୍ୟାନନ୍ଦ ନାଥଶର୍ମା ଓ ଗ୍ରାମୀଣ ଡ଼ାକ କର୍ମଚାରୀ ସଂଘ ପୂର୍ବତନ ରାଜ୍ୟ ସଭାପତି ହରେକୃଷ୍ଣ ସାହୁ ଉପସ୍ଥିତ ରହି ଶତାଧିକ ପରିବାରକୁ ଚୁଡା, ଗୁଡ, ବିସ୍କୁଟ, ସାବୁନ ଆଦି ବଣ୍ଟନ କରିଛନ୍ତି ୲ ଏହି ଅବସରରେ ଦୁଈ ଜଣ ଓଭରସିଅର ଗୁଣ୍ଡିଚା ଗୌଡ଼ ଓ କୃଷ୍ଣଚନ୍ଦ୍ର ମଲ୍ଲିକ, ଭଂଜନଗର କଲେଜ ଉପଡାକପାଳ ମିହିର ପ୍ରସାଦ ପଟ୍ଟନାୟକ, ଭଂଜନଗର ପ୍ରଧାନ ଡ଼ାକଘରର କର୍ମଚାରୀ ତ୍ରିଲୋଚନ ପାତ୍ର, ଶମ୍ଭୁ ପ୍ରସାଦ ତ୍ରିପାଠୀ ଏବଂ ପୋଷ୍ଟମ୍ୟାନ ଶଙ୍କର ଗୌଡ଼ ଓ ରବୀନ୍ଦ୍ର କୁମାର ରଥ, ଡ଼ାକ ଭ୍ୟାନ ଚାଳକ କୁନା ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ଯକ୍ରମରେ ସହଯୋଗ କରିଥିଲେ ୲ ପ୍ରକାଶ ଥାଉ କି, ଆସିକା ଡ଼ାକ ଅଧୀକ୍ଷକ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆସିକା ଡ଼ାକ ମଣ୍ଡଳ ଅଧୀନ ଭଂଜନଗର ଡ଼ାକ ଉପଖଣ୍ଡ, ଆସିକା ପୂର୍ବ ଡ଼ାକ ଉପଖଣ୍ଡ ଓ ଆସିକା ପଶ୍ଚିମ ଡ଼ାକ ଉପଖଣ୍ଡରେ ଏହି କାର୍ଯ୍ଯକ୍ରମ ପର୍ଯ୍ୟାୟ କ୍ରମେ ଚାଲୁ ରହିଛି ୲ ଭାରତ ସରକାରଙ୍କର ଅତ୍ୟନ୍ତ ଜରୂରୀ ଵିଭାଗ ଭାବେ ଡ଼ାକ ବିଭାଗର ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବି ମହଲରେ ଖୁବ ପ୍ରଶଂସା କରାଯାଇଛି ୲

LEAVE A REPLY

Please enter your comment!
Please enter your name here