ଯବାନଙ୍କ ହତ୍ୟା ମାମଲା:୮ ଜଣକୁ ଗିରଫ କଲା ଗାଙ୍ଗପୁର ପୋଲିସ

0
307

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ଗତ ୧୯ ତାରିଖ ଦିନ ସଂଧ୍ୟାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବାଡୁଳା ଗ୍ରାମରେ ଜଣେ ଭାରତୀୟ ସେନା ଜବାନକୁ ସେହି ଗ୍ରାମର କିଛି ଯୁବକ ପ୍ରେମ ବ୍ୟାପାରକୁ ନେଇ ସନ୍ଦେହ କରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଏବଂ ତାଙ୍କ ସହ ତାଙ୍କର ଅନ୍ୟ ଜଣେ ସାଙ୍ଗକୁ ଗୁରୁତର ଆହତ କରିଥିଲେ ।ଏ ନେଇ ମାମଲା ରୁଜୁ ହେବା ପରେ ଗାଙ୍ଗପୁର ପୋଲିସ ଏହି ଘଟଣାରେ ୮ ଜଣକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ହତିଆର ଜବତ କରିଛନ୍ତି ।ପୋଲିସ ସୁତ୍ରରୁ ପ୍ରକାଶ ଯେ,୧୯ ତାରିଖ ସଂଧ୍ୟା ୭ ଟାରେ ଆସିକା ସାହାସ ପୁର ଗ୍ରାମର ରଞ୍ଜନ ନାହାକ(୨୬) ତାଙ୍କ ସାଙ୍ଗ ବିନୋଦ ଗୌଡ,ସୁନୀଲ୍ ବାଡତ୍ୟା,ପ୍ରତାପ ବାଡତ୍ୟା, ଚନ୍ଦନ ସେଠୀ ଓ ସୀମା ସାହୁ ଗୋଟିଏ ବୁଲେଟ (ଓଡି୦୭ପି୨୮୦୩) ଏବଂ ଗୋଟିଏ ହୋଣ୍ଡା ସାଇନ (ଓଡି୦୭ଭି୬୧୮୯) ଦୁଇଟି ମୋଟର ସାଇକଲରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବାଡୁଳା ଗ୍ରାମର ପ୍ରଣବ ଗୌଡଙ୍କ ଘରକୁ ଆସିଥିଲେ ।ଏହି ସମୟରେ ସେହି ଗ୍ରାମର ଅଥୀର ଗୌଡ, ରତ୍ନାକର ସ୍ୱାଇଁ, ମନୋଜ ପ୍ରଧାନ,ଅଜିତ ଗୌଡଙ୍କ ସହ କିଛି ଯୁବକ ରଞ୍ଜନ ଓ ତାର ସାଙ୍ଗ ମାନଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଆମ ଗାଁ କୁ କାହିଁକି ଆସିଛ ବୋଲି ପଚାରି ବିଭିନ୍ନ ପ୍ରକାର ଧମକଚମକ ଦେଇଥିଲେ ।ରଞ୍ଜନ ଓ ତାର ସାଙ୍ଗ ମାନେ ବିନୋଦର ମାମୁଁ ଘରକୁ ଆସିଥିବା ନେଇ ପ୍ରକାଶ କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ ।ଏହି ସମୟରେ ହଠାତ ଏହି ଯୁବକ ମାନେ ହାତରେ ଖଣ୍ଡା,କୁରାଢି,ଠେଙ୍ଗା ନେଇ ରଞ୍ଜନ ଓ ବିନୋଦ କୁ ଆତର୍କିତ ଆକ୍ରମଣ କରିଥିଲେ ।ରଞ୍ଜନ ଓ ବିନୋଦ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଥିର ଗୌଡ ଓ ରବି ଗୌଡ ଖଣ୍ଡା ଆଉ କୁରାଢି ସାହାଯ୍ୟରେ ରଞ୍ଜନକୁ ଆକ୍ରମଣ କରିଚାଲିଥିଲେ ଏବଂ ଅନ୍ୟ ମାନେ ବିନୋଦ କୁ ଆକ୍ରମଣ କରିଥିଲେ ।ରଞ୍ଜନ ଓ ବିନୋଦର ଅନ୍ୟ ସାଙ୍ଗମାନେ କୌଣସି ମତେ ଖସିଯିବାକୁ ସକ୍ଷମ ହୋଇଥିଲେ ମଧ୍ୟ ରଞ୍ଜନ ଓ ବିନୋଦ ଗୁରୁତର ଆହତ ହୋଇଥିଲେ ।କିଛି ଗ୍ରାମବାସୀ ଦୁହିଁଙ୍କୁ ଉଦ୍ଧାର କରି ଆସ୍କା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ରଞ୍ଜନ କୁ ମୃତ ଘୋଷଣା କରିଥିଲେ ଏବଂ ବିନୋଦ ଚିକିତ୍ସିତ ହୋଇଥିବା ଜଣାପଡିଛି ।ଅଥିର ଓ ରତ୍ନାକର ସ୍ୱାଇଁ ଦୁଇଟି ମୋଟର ସାଇକେଲକୁ ମଧ୍ୟ ଭାଙ୍ଗି ଦେଇଥିବା ସୁଚନା ମିଳିଛି ।ଏ ନେଇ ବିନୋଦ ଗାଙ୍ଗପୁର ଥାନାରେ ୨୦ ତାରିଖରେ ଏତାଲା ଦେଇଥିଲେ ।ଗାଙ୍ଗପୁର ପୋଲିସ ୨୩୯/୨୦ ରେ ଏକ ମାମଲା ରୁଜ୍ଜୁ କରି କିଛି ଲୋକଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ।ଆଜି ଏହି ଘଟଣାରେ ବାଡୁଳା ଗ୍ରାମର ଖଦାଳ ସ୍ୱାଇଁ ଙ୍କ ପୁଅ ରତ୍ନକର ସ୍ୱାଇଁ ଓରଫ ନଣ୍ତା(୨୦),ଆଲୁ ଗୌଡ ଙ୍କ ପୁଅ ଅଥିର ଗୌଡ(୨୭),ସ୍ୱର୍ଗତ ଭଜରାମ ବିଷୋୟୀ ଙ୍କ ପୁଅ ପ୍ରଦୀପ ବିଷୋୟୀ ଓରଫ।ନଣ୍ଡା (୨୮),ସୁରେନ୍ଦ୍ର ଗୌଡ ଙ୍କ ପୁଅ ରବିନ୍ଦ୍ର ଗୌଡ ଓରଫ ରବି (୨୬),ଦୟାନିଧି ଗୌଡ ଙ୍କ ପୁଅ ଅଜିତ ଗୌଡ(୨୬),ସ୍ୱର୍ଗତ କବିରାଜ ପ୍ରଧାନ ଙ୍କ ପୁଅ ମନୋଜ ପ୍ରଧାନ(୨୩),ମଙ୍ଗୁଳୁ ସ୍ୱାଇଁ ଙ୍କ ପୁଅ ଶମ୍ଭୁ ସ୍ୱାଇଁ ଓରଫ ଚିନା(୧୯) ଓ ଉପେନ୍ଦ୍ର ଗୌଡ ଙ୍କ ପୁଅ ହର୍ଷ ଗୌଡ ଓରଫ ହର (୧୯) ଙ୍କୁ ଗିରଫ କରି ହତ୍ୟାରେ ବ୍ୟବହୃତ ଖଣ୍ଡା,ଫାର୍ସା,ଠେଙ୍ଗା,ଷ୍ଟିଲ୍ ରଡ୍,କାଠ ଫାଳିଆ ଜବତ କରିଥିବା ନେଇ ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here