ବ୍ରହ୍ମପୁର ଡାଇମଣ୍ଡ ଜୁବଲି ଟାଉନ ହଲ ଠାରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ସାମ୍ବାଦିକ ସମ୍ମିଳନୀ

0
278

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ବ୍ରହ୍ମପୁର ରେ ଏବେ ୨୮୬୩ ଏକ୍ଟିଭ୍ ଅଛନ୍ତି lପ୍ରଶାସନକୁ ସାଧାରଣ ଲୋକଙ୍କ ସହଯୋଗ ମିଳିଲେ ନିଶ୍ଚିତ ଭାବେ ସଫଳତା ମିଳିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର୍ କହିଛନ୍ତି।
ଆସନ୍ତା ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଏଣିକି କଟକଣାରେ କୋହଳ କରାଯିବ l ସକାଳ ୫ ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବା ଅନୁମତି ଦିଆଯାଇଥିଲା l
ଏଣିକି ସୋମବାର ଠାରୁ ସକାଳ ୫ ଟା ଠାରୁ ରାତ୍ର ୮ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲି ପାରିବେ l ଲୋକମାନେ ସକାଳୁ ୫ରୁ ରାତି ୮ଟା ଯାଏ କିଣାବିକା କରିପାରିବେ l ସୋମବାର ଠାରୁ କଟକଣା ରେ କୋହଳ କରାଯିବା ନେଇ ସୂଚନା ଦେଲେ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର୍ l
ଗତ ୩ଦିନ ଭିତରେ ସହରରେ କାଯ୍ୟରତ ରlପିଡ ରେସପନ୍ସ ଟିମ ମାତ୍ର ୨ ଜଣଙ୍କୁ ନେଇଛନ୍ତି l ବର୍ତ୍ତମାନ ସହରରେ ପ୍ରତେକ ଦିନ ମାତ୍ର ୩0 ରୁ ୪0 ଜଣ ନୂତନ ପଜିଟିଭ ଚି଼ହ୍ନଟ ହେଉଚ୍ଛନ୍ତି l ସେହିପରି ସହରରେ ଥିବା କୋଭିଡି କେୟାର ସେଣ୍ଟରରେ ଯେତିକି ଶଯ୍ୟା ରହିଛି ସେଥିରୁ ମାତ୍ର ୧0 ପ୍ରତିଶତ ଶଯ୍ୟାରେ ରୋଗି ରହିଛନ୍ତି l ସହରରେ କରୋନା ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି l ବିଏମସି ପକ୍ଷରୁ ଜାରି ହୋଇଥିବା ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବରରେ ପୂର୍ବରୁ ୩0 ରୁ ୪0 ଟି କଲ ଅସୁଥିବା ବେଳେ ବର୍ତ୍ତମାନ ଦିନକୁ ମାତ୍ର ଗୋଟିଏ ନହେଲେ ୨ଟି କଲ ଆସୁଛି ବୋଲି କମିଶନର କହିଥିଲେ l ସହରରେ ଟେଷ୍ଟିଂ ସଂଖ୍ୟା ବଢିଛି ,ଆଜି ୧୬୨ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି,
ଦିନକରେ ୧୦, ୦୦୦ ଟେଷ୍ଟ୍ କରାଯାଉଛି । ଜିଲ୍ଲା ରେ ଏବେ ୧୯୩୫ ଏକ୍ଟିଭ୍ ଅଛନ୍ତି ,ଜିଲ୍ଲାରେ ସୁସ୍ଥତା ହାର ୮୭ ପ୍ରତିଶତ ରହିଛି ।
ମିଶନ୍ ଜିରୋ ଏକ୍ଟିଭ୍ କେସ୍ ଲକ୍ଷ୍ଯ ରହିଛି l ସେନେଇ ଟିମ୍ କାର୍ଯ୍ୟ ଆରମ୍ଭ ହୋଇଛି l ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ପହଞ୍ଚୁ ଥିବାରୁ ରୋଗୀମାନେ ଶୀଘ୍ର ଚିକିତ୍ସା ପାଇ ପାରୁଛନ୍ତି l ୪୨ ଜଣଙ୍କୁ ପ୍ଳାଜମା ଦିଆଯାଇଛି l ସମସ୍ଥେ ସୁସ୍ଥ ଥିବା ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ନୂଆ କୋରନା ରୋଗୀଙ୍କ ଆକ୍ରାନ୍ତ ଚ୍ଯାଲେଞ୍ଜ୍ ହେବ lଏଥିପାଇଁ ଧ୍ଯାନ ଦେବାକୁ ପଡିବ।
ଗ୍ରାମାଞ୍ଚଳରେ ଏନ୍ ଆର୍ ଜି ଏସ୍ କାମ ଦେଖିବାକୁ ପଡିବ l ବ୍ରହ୍ମପୁର ମହାନଗର ନିଗମ ରାଜ୍ୟରେ ସ୍ବଚ୍ଛତା ପାଇଁ ଏକ ନମ୍ବର ସ୍ଥାନ ହାସଲ କରିଥିବାରୁ କମିଶନର ଙ୍କୁ ଜିଲ୍ଲାପାଳ ଶୁଭେଚ୍ଛା ଜଣାଇଲେ l

LEAVE A REPLY

Please enter your comment!
Please enter your name here