ଅସହାୟ ପରିବାରଙ୍କୁ ସହାୟତାର ହାତ ବଢ଼ାଇଛି ଏସକେଏସ ଉଚ୍ଚ ବିଦ୍ୟାଳୟ ୨୦୦୨ ବ୍ୟାଚ

0
284

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ପୁରୁଣା ବ୍ରହ୍ମପୁର ସ୍ଥିତ କୁଠାରି ମନ୍ଦିର ସାହିରେ ରହୁଥିବା ଜଣେ ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଇ ଦେଇଛନ୍ତି ନିମଖଣ୍ଡି ଶ୍ରୀ କୃଷ୍ଣ ସାହୁ ଉଚ୍ଚ ବିଦ୍ୟାଳୟର ୨୦୦୨ ବର୍ଷ ବ୍ୟାଚର ଛାତ୍ର ଛାତ୍ରୀ ମାନେ ।କୁଠାରି ମନ୍ଦିର ସାହିରେ ଦୀର୍ଘ ଦିନ ଧରି ଏକ ଭଡା ଘରେ ନିଜ ପରିବାର ସହ ରହି ଆସୁଥିବା ବାବୁଲା ସାହୁ ନାମକ ଜଣେ ଅଟୋ ଡ୍ରାଇଭର ।ପ୍ରତିଦିନ ନିଜେ ଅଟୋ ଚଳାଇବା ସହ ସେଥିରୁ ଯାହା ରୋଜଗାର ହେଉଥିଲା ସେହି ଟଙ୍କାରେ ତାଙ୍କ ପରିବାର ଚଳିଆସୁଥିଲେ ।କିନ୍ତୁ ଦୀର୍ଘ ୨୫ ଦିନ ଧରି ବାବୁଲା କରୋନା ସଂକ୍ରମଣରେ ପୀଡ଼ିତ ହୋଇ ଗୁରୁତର ଅବସ୍ଥାରେ ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।ଯାହା ଫଳରେ ତାଙ୍କ ପରିବାର ଲୋକେ ଖାଇବାକୁ ମୁଠାଏ ନପାଇ ଦୟନୀୟ ଅବସ୍ଥାରେ ଦିନ ବିତାଉଛନ୍ତି ।ଏହି ଦୁଃଖଦ ଘଟଣା ସମ୍ପର୍କରେ ଖବର ପାଇ ଶ୍ରୀ କୃଷ୍ଣ ସାହୁ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଉକ୍ତ ପରିବାରକୁ ଏକ ପ୍ୟାକେଟ ଚାଉଳ, ଡାଲି ୫ କେଜି , କିରନୀ ସାମଗ୍ରୀ ଏବଂ ପନିପରିବା ଆଦି ସହାୟତା ଯୋଗାଇଛନ୍ତି ।ଶ୍ରୀ କୃଷ୍ଣ ସାହୁ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ର ସୁନୀଲ କୁମାର ସାହୁ ,ସୁନୀଲ ଘଡ଼ାଇ ,ଜିତେନ୍ଦ୍ର ସାହୁ ,ମୀନକେତନ ଶତପଥୀ ,ସୁରଜମହାପାତ୍ର ,ନିମାଗୌଡ଼,ଦିବାକର ସାହୁ ,ମନୋରଞ୍ଜନ ସାହୁ, ଶଙ୍କର ସାହୁ, ସତୀଶ କୁମାର ସାହୁ,ଭଗବାନ ସାହୁ, ସନ୍ତୋଷ କୁମାର ସାହୁ,ସୁଶାନ୍ତ ପଣ୍ଡା, ରବୀନ୍ଦ୍ର ପାଣିଗ୍ରାହୀ,ଗୋପାଳ ସାହୁ,ସୁରେଶ ସାହୁ,ସୂର୍ଯ୍ୟ ରଥ,ରବୀନ୍ଦ୍ର ସାହୁ ପ୍ରମୁଖ ଙ୍କ ଅବଦାନରେ ଏହି ସହାୟତା ଯୋଗାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here