ଗଞ୍ଜାମରୁ ୨ଜଣକୁ ରାଜ୍ୟ ସମ୍ପାଦକ ଓ ୪ଜଣକୁ ଯୁଗ୍ମ ସମ୍ପାଦକ ନିଯୁକ୍ତି ଦେଲେ ନବୀନ

0
280

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଞ୍ଜାମ ଜ଼ିଲ୍ଲାକୁ ଅଧିକ ସକ୍ରିୟ କରିବା ପାଇଁ ଗଞ୍ଜାମ ଜ଼ିଲ୍ଲାର ୨ ବରିଷ୍ଠ ବିଜେଡି କାଯ୍ୟକର୍ତାଙ୍କୁ ନୂତନ ସମ୍ପାଦକ ଭାବେ ଘୋଷଣା କରିଥିବା ବେଳେ ଗଞ୍ଜାମ ଜ଼ିଲ୍ଲାର ଆଉ ୪ଜଣଙ୍କୁ ଯୁଗ୍ମ ସମ୍ପାଦକ ପଦରେ ନିଯୁକ୍ତି ଦିଆ ଯାଇଛି l ବିଡିଏ ଅଧକ୍ଷ ସୁବାସ ମହାରଣାଙ୍କୁ ବିଜେଡି ସଶକ୍ତ ଓଡ଼ିଶାର ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଜ଼ିଲ୍ଲା ସଭାନେତ୍ରୀ ସଂଘମିତ୍ରା ଦଳାଇଙ୍କୁ ଏସସି ସଶକ୍ତିକରଣ ସମ୍ପାଦିକା ଭାବେ ନିଯୁକ୍ତି ଦିଆଯାଇଛି l ସେହିପରି ଗଞ୍ଜାମ ଜ଼ିଲ୍ଲାର ଆଉ ୪ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି l ସେମାନେ ହେଲେ ବ୍ରହ୍ମପୁରର ତୁମ୍ବୁନାଥ ପଣ୍ଡା, କୈଳାସ ରଣା, ଶେରଗଡ଼ର ସମୀର ପ୍ରଧାନ ଛତ୍ରପୁର ବ୍ଲକ ଅଧକ୍ଷ ଧନଞ୍ଜୟ ଓ ରେଡ୍ଡୀଙ୍କୁ ବିଜେଡିର ସାଧାରଣ ସମ୍ପାଦକ (ମିଡ଼ିଆ ଆଫlୟlର୍ସ )ମାନସ ରଞ୍ଜନ ମଙ୍ଗରାଜ ଆଜି ନିଯୁକ୍ତି ସମ୍ବନ୍ଧରେ ଘୋଷଣା କରିଛନ୍ତି l ଗଞ୍ଜାମ ଜ଼ିଲ୍ଲା ଅଫିସ ପ୍ରାଙ୍ଗଣରେ ବିଜେଡି ଜ଼ିଲ୍ଲା ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତ୍ତନ କର୍ପୋରେଟର ଆର ମୂରଲୀ ମୋହନ, ମହାନଗର ବିଜେଡି ସଭାପତି ମୁକୁନ୍ଦ ଗୌଡ଼, ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ, ଫୟାଜ ଖାନ, ଶିବ ପ୍ରସାଦ ପଣ୍ଡା, ଚନ୍ଦ୍ରମୋହନ ସାହୁ ସହ ବହୁ ବିଜେଡି କର୍ମୀ ନବ ନିଯୁକ୍ତି ସମ୍ପାଦକଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁବେଛl ଜଣାଇଥିଲେ l

LEAVE A REPLY

Please enter your comment!
Please enter your name here