ସ୍ୱାମୀଙ୍କ ନିର୍ଯାତନା ସହିନପାରି ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

0
461

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବେଗୁନିଆପଡା ସ୍ଥିତ ଜଗତି ସାହିରେ ଏକ ମହିଳାଙ୍କ ମୃତ୍ଯୁକୁ ନେଇ ଫାଣ୍ଡିରେ ହତ୍ୟା ଅଭିଯୋଗ ହୋଇଛି l ମୃତ ମହିଳା ଜଣଙ୍କ ହେଉଛନ୍ତି ଜଗତି ସାହିର ଲମ୍ବୋଦର ପାଣିଗ୍ରାହୀଙ୍କ ପତ୍ନୀ ସୁନିତା ପାଣିଗ୍ରାହୀ (38) l ଏନେଇ ମୃତ ମହିଳାଙ୍କ ଭାଇ ବାପୁଜୀ ପଣ୍ଡା ବେଗୁନିଆପଡା ଫାଣ୍ଡିରେ ଲିଖିତ ଏତଲା ଦେଇଛନ୍ତି l ଅଭିଯୋଗ ଅନୁଯାୟୀ ସୁନିତାଙ୍କୁ ତାଙ୍କ ସ୍ଵାମୀ ଲଗାତାର ଭାବେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇଆସୁଥିଲେ l ଏହାକୁ ସହ୍ୟ କରିନପାରି ସେ ଏହି ପନ୍ଥା ଅବଲମ୍ବନ କଲେ l ଏହା ପୂର୍ବରୁ ମଧ୍ୟ ପାରିବାରିକ ଝଗଡ଼ାକୁ ନେଇ ଫାଣ୍ଡିରେ ମାମଲା ହୋଇଥିବା ପୁଲିସ ସୂତ୍ରରୁ ପ୍ରକାଶ l ଏତଲା ଆଧାରରେ ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣା ସ୍ଥଳରେ ପହଂଚି ମୃତ ସୁନିତାଙ୍କୁ ଏକ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ପାଇ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ 327/20ରେ ଏକ ମାମଲା ରୁଜ୍ଜୁ ତଦନ୍ତ ଚଳାଇଛନ୍ତି l ମୃତ ସୁନିତାଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ଜଣାପଡିଛି l 

LEAVE A REPLY

Please enter your comment!
Please enter your name here