ପାନୀୟ ଜଳ ଯୋଗାଣ ସଚେତନତା ବସୁଧା ରଥ ପରିକ୍ରମାର ଶୁଭାରମ୍ଭ

0
234

ଦିଗପହଣ୍ଡି – ରାଜ୍ୟ ସରକାରଙ୍କ ଅନୁମୋଦନରେ କାର୍ଯ୍ୟକାରୀ ପ୍ରତ୍ୟେକ ପରିବାରକୁ ସୁରକ୍ଷିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଗ୍ରାମ ବିକାଶ ତରଫରୁ ଶୁଭାରମ୍ଭ ହୋଇଥିବା ବସୁଧା ରଥକୁ ବୁଧବାର ଦିନ ଦିଗପହଣ୍ଡିରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଜଳ ଜୀବନ ମିଶନ ଓ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ବ୍ରହ୍ମପୁର ସର୍କଲ ଆନୁକୂଲ୍ୟରେ ବସୁଧା ଯୋଜନାରେ ଶୁଭାରମ୍ଭ ହୋଇଥିବା ପରିକ୍ରମା ରଥ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ. ଚିତ୍ତରଞ୍ଜନ ଦାସ ଓ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ . ବିକାଶ ଚନ୍ଦ୍ର ସାମଲ ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହାପରେ ଏହି ରଥ ବ୍ଳକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ଟ୍ଯାପ ସଂଯୋଗୀକରଣ କରି କିପରି ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ , ମୁଣ୍ଡପିଛା ୭୦ ଲିଟର ଜଳ ଯୋଗାଇବା , ଜଳଉତ୍ସର ସ୍ଥାୟୀତ୍ବ , ସୁରକ୍ଷା ସହ ସ୍ବଚ୍ଛତା ଉପରେ ଗୁରୁତ୍ବ , ପ୍ରତି ଘର ସହିତ ସର୍ବସାଧାରଣ ଅନୁଷ୍ଠାନକୁ ଜଳଯୋଗାଣ କରିବା ନେଇ ସଚେତନତା କରାଯାଇଥିଲା । ଏହି ପରିକ୍ରମା ସମୟରେ ଗ୍ରାମ୍ଯ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ . ଜ୍ୟୋତି ପ୍ରସାଦ ବିଶ୍ୱାସରାୟ , ଇଂ . ଭୀମା ରାଓ , ବ୍ଳକ ସହକାରୀ ଯନ୍ତ୍ରୀ ଇଂ . ରାଜୀବ ପ୍ରଧାନ , ଉପଖଣ୍ଡ ସଂଯୋଜକ କାଳୀପ୍ରସାଦ ପଣ୍ଡା , ଯୀଶୁଖ୍ରୀଷ୍ଟ ସେନାପତି , ବି ଆର୍ ସି ନାଗେଶ୍ଵର ମହାନାୟକ , ଶ୍ରୀକାନ୍ତ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here