କ୍ରାନ୍ତିକାରୀ କୃଷକ ସଭା ତରଫରୁ ଜଗନ୍ନାଥ ପ୍ରସାଦ ବ୍ଲକ ଆଗରେ ଦାବୀ ଦିବସ ପାଳିତ

0
353

ଜଗନ୍ନାଥ ପ୍ରସାଦ(ନିଲୁ ବିଶୋଇ) ସର୍ବ ଭାରତୀୟ ଦାବୀ ଦିବସ ପାଳନ ଅବସରରେ ଓଡିଶା ରାଜ୍ୟ କମଟି କ୍ରାନ୍ତିକାରୀ କୃଷକ ସଭା ନିବେଦନ ରେ ରାଜ୍ୟ ସମ୍ପାଦକ ସାଥି ଶଙ୍କର ସାହୁ ଙ୍କ ଆହ୍ୱାନ କ୍ରମେ ଜଗନ୍ନାଥ ପ୍ରସାଦ ବ୍ଲକ କ୍ରାନ୍ତି କାରୀ କୃଷକ ସଭାପତି ପୂର୍ଣଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ କୃଷକ ମାନେ ଜଗନ୍ନାଥ ପ୍ରସାଦ ବ୍ଲକ ଆଗରେ ନିଜର ନାଯ୍ୟ ଦାବୀ ଦିବସ ପାଳନ କରିଛନ୍ତି।କୃଷି ଓ କୃଷକ ର ସର୍ବନାଶ ନୀତି ବିରୋଧ ରେ ଲଢେଇ ପାଇଁ କୃଷକ ମାନେ ଗାଁ ଠାରୁ ସହର, ପଂଚାୟତ କାର୍ଯ୍ୟଳୟ ଠାରୁ ରାଜଭବନ ପର୍ଯ୍ୟନ୍ତ15 ଜୁନ ରେ ପ୍ରତିବାଦ ଦିବସ ପାଳିତ କରାଯାଉଛି। ଜିଡ଼ିପି ଅପେକ୍ଷା ଜୀବନ କୁ ପ୍ରାଧାନ୍ୟ ଦିଅ,କୋରନା ମୁକାବିଲା ପାଇଁ ଜିଡ଼ିପି 5% ପ୍ରଦାନ କର,ପରିବାର ପିଛା 40 କିଲୋ ଚାଉଳ ସହ ଅତ୍ୟାବଶ୍ୟକ ରାସନ ଓ ଅଭାବୀ ପରିବାର କୁ 10 ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କର,,ମୃତ ପ୍ରବାସୀ ଶ୍ରମିକ ଙ୍କ ପରିବାର କୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କର,,କୃଷି ଓ କୃଷକ ବିରୋଧୀ 3ଟି ଅଧ୍ୟାଦେଶ ର ପ୍ରତ୍ୟହାର ଓ କୃଷି କ୍ଷେତ୍ରରେ କର୍ପୋରେଟ କମ୍ପାନୀ ମାନଙ୍କ ପ୍ରବେଶ କୁ ନିସିଦ୍ଧ କର,,ସ୍ୱାମୀନାଥନ ଙ୍କ ସୁପାରିଶ ଆଧାର ରେ ସମସ୍ତ କୃଷିଜାତ ଫସଲର ସବନିମ୍ନ ସହାୟକ ଦର କୁ ସୁନିଶ୍ଚିତ କର,,ସମସ୍ତ ପରିବାରକୁ ମନରେଗା ରେ ସାମିଲ କରି 200 ଦିନର କାମ ସହ ସର୍ବନିମ୍ନ ଦୈନିକ ମଜୁରୀ 300 ଟଙ୍କା କୁ ବୃଦ୍ଧି କରିବାକୁ କୃଷକ ମାନେ ଦାବି କରିଛନ୍ତି। ସମସ୍ତ କୃଷକ ଙ୍କ ଋଣ ମୁକ୍ତ କର,ଜୋର ଜବରଦସ୍ତ ଋଣ ଆଦାୟ କରୁଥିବା କମ୍ପାନୀ ମାନଙ୍କ ଉପରେ ରୋକ ଲଗାଅ । ଏ ଦାବି ନେଇ ସ୍ଲୋଗାନ ଦେଇଥିଲେ।କୃଷକ ନେତା ପୁର୍ଣ ଚନ୍ଦ୍ର ପ୍ରଧାନ ଙ୍କ ନେତୃତ୍ୱରେ କାର୍ତ୍ତିକ ପ୍ରଧାନ(ଏକଘରିଆ ପଲ୍ଲି),ଚନ୍ଦ୍ର ପ୍ରଧାନ,ରାମଚନ୍ଦ୍ର ପ୍ରଧାନ,ସନ୍ଧ୍ୟା ରାଣୀ ପ୍ରଧାନ,ଝୁନୁ ପ୍ରଧାନ,ଗିରିଧାରୀ ପ୍ରଧାନ,ସୁରେନ୍ଦ୍ର ପ୍ରଧାନ,ନରେନ୍ଦ୍ର ଯାନୀ, ଦୟାନିଧି ପ୍ରଧାନ, କାର୍ତିକ ପ୍ରଧାନ(ଡିମିରି ପଲ୍ଲି),ଧନୁ ପ୍ରଧାନ,ସୂର୍ଯ୍ୟ ମଣୀ ପ୍ରଧାନ, ଭାସ୍କର ଯାନୀ, ଶ୍ୟାମ ପ୍ରଧାନ,ସୁବସିନୀ ପ୍ରଧାନ,ସମତେ ବହୁ କୃଷକ ଦାବୀ ଦିବସରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here