ଭଞ୍ଜନଗର ରେ ପହଁଚିଲା କୋରନାର କୋଭିସିଲଡ଼ ଟୀକା ; ୧୬ରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକାକରଣ

0
652

ଭଞ୍ଜନଗର(ନିଲୁ ବିଷୋୟୀ) ଭାରତର ସେରମ ଇନଷ୍ଟିଚୁଟ ଦ୍ୱାରା ପ୍ରସ୍ତୁତ କରୋନା ଟୀକା କୋଭିସିଲଡ଼ ଆଜି ସ୍ୱତନ୍ତ୍ର ଗାଡି ଯୋଗେ ବ୍ରହ୍ମପୁରରୁ ଆସି ଭଞ୍ଜନଗରରେ ପହଂଚିବା ଫଳରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଏହି ଟୀକାକୁ ଆସନ୍ତା 16 ତାରିଖ ଠାରୁ ପ୍ରତ୍ୟେକ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ପ୍ରଥମେ ଟୀକା କରଣ କରାଯିବା ପରେ ପର୍ଯ୍ୟାୟ କ୍ରମେ ଏହି ଟୀକା ଅନ୍ୟ ମାନଙ୍କୁ ପ୍ରଦାନ କରାଯିବ । ଆଜି ପ୍ରାୟ ସନ୍ଧ୍ୟା 7 ଘଂଟିକା ସମୟରେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ରେ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ,ଉପଖଣ୍ଡ ମେଡିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥି, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ , ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ ସମେତ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମକର୍ତ୍ତା ମାନଙ୍କ ଉପସ୍ଥିତି ରେ କୋଭିସିଲଡ଼ ଟୀକା କୁ ସୁରକ୍ଷିତ ଭାବେ ସଂଗ୍ରହ କରାଯାଇଛି । ପୂର୍ବ ପ୍ରସ୍ତୁତି ମୁତାବକ ସୁରକ୍ଷିତ ସ୍ଥାନରେ ଟୀକା କୁ ରଖାଯାଇଛି । ପ୍ରଥମ ପର୍ଯ୍ୟାୟ ରେ 200 ଡୋଜ ଆସିଥିବା ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here