ଗୋଲିଆ ଗଣ୍ଡଗୋଳ ମାମଲା, ପୁଣି ୫ ଗିରଫ

0
357

ବୁଗୁଡା(ଅନିଲ କୁମାର ମହାରଣା) ଗତ ଅଗଷ୍ଟ ୧୪ ତାରିଖରେ ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମରେ ଗୁଳିକାଣ୍ଡ ଘଟି ଦୁଇଜଣ ଆହତ ହୋଇ କଟକ ଓ ବ୍ରହ୍ମପୁରରେ ଚିକିତ୍ସା ହେଉଛନ୍ତି। ଏହି ମାମଲାରେ ଅଗଷ୍ଟ ୧୭ ତାରିଖରେ ପୋଲିସ ୧୦ ଜଣଙ୍କୁ ଗିରଫ କରି ଥିବା ବେଳେ ୧୮ ତାରି ଖରେ ପୁଣି ୬ ଜଣଙ୍କୁ ଗିରଫ କରିଥିଲେ। ଆଜି ଅଗଷ୍ଟ ୨୦ ତାରିଖରେ ପୁଣି ୫ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ୨୨୩/୨୦ କେଶ ପ୍ରକାରେ ଜିତେନ୍ଦ୍ର ଓଝା ଓ ନଣ୍ଡା ଗୌଡ଼। ସେହିପରି କେଶ ନଂ ୨୨୪/୨୦ ପ୍ରକାରେ ହରି ପ୍ରଧାନ, ବନମାଳୀ ସ୍ଵାଇଁ ଓ ସୁଶାନ୍ତ କୁମାର ଜେନା। ଗୋଲିଆ ଗଣ୍ଡଗୋଳ ମାମଲାରେ ବର୍ତ୍ତମାନକୁ ମିଶାଇ ମୋଟ ୨୧ ଜଣ ଗିରଫଙ୍କୁ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here