ଏସ.ପି ସାରା ଶର୍ମାଙ୍କ ପ୍ରଶଂସନୀୟ ପଦକ୍ଷେପ ; ଓଡ଼ିଶାରେ ପ୍ରଥମ ଥର “ଉଡାନ” ପ୍ରଶିକ୍ଷଣ ଶିବିର

0
696

ବ୍ରହ୍ମପୁର ୨/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଏକ ନୂଆ କାର୍ଯ୍ୟକ୍ରମ “ଉଡାନ” ଆରମ୍ଭ କରି ପୁଣି ଚର୍ଚ୍ଚା ଓ ପ୍ରଂଶସାର ପାତ୍ର ହୋଇଛନ୍ତି ଗଜପତି ଜିଲ୍ଲା ଏସ.ପି ସାରା ଶର୍ମା | ମହିଳା ଓ ଯୁବତୀଙ୍କ ସୁରକ୍ଷା ପାଇଁ ସି.ଟିମ ପରେ ବର୍ତ୍ତମାନ ଆରଂଭ କରିଛନ୍ତି ଏହି ନୂଆ କାର୍ଯ୍ୟକ୍ରମ ଉଡାନ |
ଏହି କାର୍ଯ୍ୟକ୍ରମରେ ଶିବିର କରାଯାଇ ବେରୋଜଗାର ଥିବା ଯୁବକଯୁବତୀମାନଙ୍କୁ ସେନାବାହିନୀ,ଅର୍ଧ ସାମରିକ ବାହିନୀ,ଗୃହରକ୍ଷୀ ବାହିନୀ ଓ ପୋଲିସ ବାହିନୀରେ ଯୋଗଦେବା ପାଇଁ କିପରି କିପରି ଯୋଗ୍ୟ ହୋଇ ପାରିବେ ତାଲିମ ଦିଆଯିବ |ପାରଳାଖେମୁଣ୍ଡିର ବେତାଗୁଡାଠାରେ ଥିବା ରିଜର୍ଭ ପୋଲିସ ପଡିଆରେ ଏହି ପ୍ରଶିକ୍ଷଣ ଶିବିର ଏହି ମାସ ୧ତାରିଖରୁ ଆରଂଭ କରାଯାଇଛି | ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୮ ରୁ ୨୨ବର୍ଷ ମଧ୍ୟରେ ଥିବା ୫୦୦ ବେକାର ଯୁବକଯୁବତୀଙ୍କୁ ୨୦ ଦିନିଆ ତାଲିମ ଦିଆଯିବାର ବ୍ୟବସ୍ଥା କରାଯାଇଛି |ଦ୍ଵିତୀୟ ପର୍ଯ୍ୟାୟରେ ପଂଜିକୃତ ପ୍ରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ରହିଛି |
ଓଡ଼ିଶାରେ ପ୍ରଥମ ଥର ପାଇଁ ଏସ.ପି ସାରା ଶର୍ମାଙ୍କ ଦ୍ୱାରା ଆରଂଭ ହୋଇଛି ଏହିଭଳି ପ୍ରଶିକ୍ଷଣ ଶିବିର |ଏହି ଶିବିରରେ ଏସ.ପିଙ୍କ ସହ ଅତିରିକ୍ତ ଏସ.ପି ସୁଶାନ୍ତ କୁମାର ଦାଶ,ଡ଼ି.ସି.ପିଓ ପ୍ରକାଶ ଚନ୍ଦ୍ର ଜେନା,ଏସ.ଡି.ପିଓ ଠାକୁର ପ୍ରସାଦ ପାତ୍ର ଓ ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଉପସ୍ଥିତ ଥିଲେ | ଏହି ଶିବିରରେ ଯେଉଁମାନେ ଶାରୀରିକ କିମ୍ବା ଅନ୍ୟ କୌଣସି କାରଣରୁ ଅଯୋଗ୍ୟ ହେବେ ସେମାନଙ୍କ ପାଇଁ ମାଗଣାରେ ଧନ୍ଦାମୂଳକ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଏସ.ପି ସାରା ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି |

LEAVE A REPLY

Please enter your comment!
Please enter your name here