ଘନୀଭୂତ ହେଉଛି ଲଘୁଚାପ -ଆସନ୍ତା ୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା

0
619

ଭୁବନେଶ୍ୱର୨/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସମ୍ପୃକ୍ତ ଅଧିକାରୀ ଶ୍ରୀ ଲକ୍ଷ୍ମୀକାନ୍ତ ଗୁରୁଙ୍କ ସୂଚନା ଅନୁଯାୟୀ ଉତ୍ତର-ପୂର୍ବ ବଙ୍ଗୋପସାଗର ଓ଼ ଓଡିଶା ଉପକୂଳରେ ଲଘୁଚାପ ଦ୍ୱାରା ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଆସନ୍ତା ୩ ରୁ ୭ ତାରିଖ ଯାଏଁ ବର୍ଷା ଲାଗି ରହିବ
ସୂଚନା ଅନୁସାରେ କଟକ ,ପୁରୀ,ଖୋର୍ଦ୍ଧା,କନ୍ଧମାଳ ,ନୟାଗଡ ,ଯାଜପୁର ,ସୋନପୁର ,ସମ୍ବଲପୁର ,ବାଲେଶ୍ୱର ,ଭଦ୍ରକ,କେନ୍ଦ୍ରାପଡା,ଝାରସୁଗୁଡା ,ମୟୁରଭଞ୍ଜ ,ଜଗତସିଂପୁର ଇତ୍ୟାଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି |ଏହି କାରଣରୁ କେତେକ ନଦୀରେ ବନ୍ୟା ସମ୍ଭାବନା ରହିଛି | ପ୍ରବଳ ବର୍ଷାକୁ ଧ୍ୟାନରେ ରଖି ଧୀବରମାନଙ୍କୁ ସମୁଦ୍ରକୁ ନଯିବାଲାଗି ସତର୍କ କରାଯାଇଛି |ଅଗଷ୍ଟ ମାସ ସୁଧା ରାଜ୍ୟରେ ୫୭୩.୪ମିଲିମିଟର ବର୍ଷା ହେବା କଥା କିନ୍ତୁ ୪୪୦.୪ମିଲିମିଟର ବର୍ଷା ହୋଇଛି | ରାଜ୍ୟର ୧୦ଟି ଜିଲ୍ଲାରେ ଆବଶ୍ୟକ ପରିମାଣର ବର୍ଷା ନ ହୋଇ ସଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି |

LEAVE A REPLY

Please enter your comment!
Please enter your name here